-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର

06-Jun-2025



 ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ଶିବିର ।ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଶିବିରଟିକୁ ଉଦଘାଟନ କରି କହିଲେ ଯେ,ଆଜିର ଶିଶୁ କାଲିର ସୁନାଗରିକ,ଶିଶୁ ହସିଲେ ଦୁନିଆ ହସିବ,ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତି ଗଠନରେ ସାମିଲ ହେବାର ଆବଶ୍ୟକତା ରହିଛି।
ମାଲକାନଗିରି ଜିଲ୍ଲା   ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଳା ପ୍ରଶାସନର ମିଳିତ ଅନୁକୂଲ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ପାଞ୍ଚ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସଭାଗୃହ  ଠାରେ ଅନୁଷ୍ଠିତ ହୋଇଯାଇଅଛି I ଜିଲ୍ଲାର ୪ ଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ  ଶିଶୁ ଓ ୪୦ ରୁ ଅଧିକ କର୍ମକର୍ତ୍ତାମାନଙ୍କୁ  ନେଇ  ଦୀର୍ଘ ୫ ଦିନ ପାଇଁ ଏହି ଗ୍ରୀଷ୍ମ କାଳୀନ ଅଧିବେଶନର ଶୁଭାରମ୍ଭ ହୋଇଅଛି I ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ହେଉଛି, ଶିଶୁ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ, ଚରିତ୍ର ଗଠନ, ଦକ୍ଷତାର ଅବିବୃଦ୍ଧି ଓ ଏକ ପୂର୍ଣ୍ଣାଙ୍ଗ ବିକଶିତ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ ଭାବରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ  ସାମିଲ କରାଇବା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସରେ  ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚେୟାରମେନ ସଂଯୁକ୍ତା ପ୍ରଧାନ,ଜିଲ୍ଳା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା  ଅଧିକାରୀ ଇନ୍ଦିରା ପ୍ରଧାନ  ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଗଠନ ଓ କଠିନ ଅଧ୍ୟବସାୟ ପାଇଁ  ପ୍ରେରଣା ପ୍ରଦାନ କରିବା  ସହ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ ସମ୍ମାନ ଦେବା ସଙ୍ଗେସଙ୍ଗେ ଏହାକୁ  ମାନି ଚାଲିବାକୁ ମତ ବ୍ୟକ୍ତ କରିଥିଲେ I ଏଥିସହ ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I ଶିଶୁମାନଙ୍କ ମଧ୍ୟରେ ଧର୍ଯ୍ୟ, କାର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା, ଦୃଢ ସଂକଳ୍ପ, ଚରିତ୍ର ଗଠନ ଓ  ଦକ୍ଷତାର ଅବିବୃଦ୍ଧି ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ I    ପରିବର୍ତ୍ତନ ଶିଶୁ ଗୃହ, ନୀଳାଚଳ ଆଦିବାସୀ ସେବାଶ୍ରମ, ଜୟ ଶିଶୁ ଗୃହ ଓ  ବନବାସୀ ଶିଶୁ ଆଶ୍ରମର ଅନ୍ତେବାସୀର ମୁଖ୍ୟ ପରିଚାଳକ, ସମସ୍ତ କର୍ମକର୍ତ୍ତା, ଶିଶୁ ସହାୟତା ଲାଇନର କର୍ମକର୍ତ୍ତା, ସ୍ୱତନ୍ତ୍ର  ପର୍ଯ୍ୟବେକ୍ଷଣ ଗୃହର  କର୍ମକର୍ତ୍ତା ଏବଂ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ସୁଦେଷ୍ଣା ରାଉତ ,  ମୌସୁମୀ ମିଶ୍ର,  ଗଙ୍ଗା ବଡରାଜୁ, ସୁଶାନ୍ତ, ଶିବ ଓ ଅନ୍ୟ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା I  ଏହି ୫ ଦିନିଆ ଗ୍ରୀଷ୍ମ କାଳୀନ ଅଧିବେଶନରେ ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ପାଇଁ ଯୋଗ ଓ ଧ୍ୟାନ  ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା  କୌଶଳର ପ୍ରଶିକ୍ଷଣ, ହସ୍ତ କଳା ଓ ହସ୍ତ ଶିଳ୍ପ ପଦାର୍ଥ ପ୍ରସ୍ତୁତି  ପ୍ରଶିକ୍ଷଣ,ସଂଗୀତ , ନୃତ୍ୟ , ଆଧୁନିକ ଚିତ୍ରାଙ୍କନ, ବିତର୍କ କୌଶଳ ପ୍ରଶିକ୍ଷଣ ଓ ତୀରନ୍ଧାଜ କୌଶଳ ପ୍ରଶିକ୍ଷଣ, ଜୁଡୋ ଓ ମାର୍ଶାଲ ଆର୍ଟ କୌଶଳ ସହ ପର୍ବତ ଆରୋହଣ ପ୍ରଶିକ୍ଷଣ ଆଦି ସାମିଲ କରାଯାଇଅଛି I ଉପରୋକ୍ତ ପ୍ରଶିକ୍ଷଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ  ମାଲକାନଗିରି, କୋରାପୁଟ  ଓ ନବରଙ୍ଗପୁର ଜିଲ୍ଲାର ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଆତ୍ମ ରକ୍ଷାକୌଶଳ, ଯୋଗ ପ୍ରଶିକ୍ଷଣ ପାଇଁ "ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ" ଆଓମା ଗୁରୁକୁଳର ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like