-+91-9937148622 |
prerana_bgr@rediffmail.com |
Thursday 11th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2025
ତୁରେକେଲା(କୈଳାସ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପରିସରରେ ମାନ୍ୟବର ବିଧାୟକ ଲକ୍ଷ୍ମଣ ବାଗ ଙ୍କ ଦ୍ଵାରା ନୂତନ ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ପଟେଲ ଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଏସ୍ଏସ୍ଓ ଶ୍ରୀଯୁକ୍ତ ହେମନ୍ତ ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସର ରେ ମୂଖ୍ୟ ଅତିଥି ରୂପେ ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ଥିଲେ। ସମ୍ମାନୀୟ ଅତିଥି ଭାବେ ଶ୍ରୀମତୀ ପୂଜା ବେହେରା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ବାଗ ଙ୍କ ଦ୍ଵାରା ନୂତନ ବିଧବା ଓ ଭିନ୍ନକ୍ଷମ ଭତ୍ତା ଏବଂ ନୂତନ ପଡି ପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ lìରେ ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର, ପଡି ପତ୍ର ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସନାତନ ମାଝୀ, ସରପଞ୍ଚ ଜଳନ୍ଧର ମହାକୁଡ଼ ଏବଂ ବିଜେପି ନୋମିନି ତଥା ଝରଣୀ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ମଞ୍ଚାସିତ ହୋଇଥିଲେ ଏବଂ ବ୍ଳକ୍ ର ସମସ୍ତ କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।