-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ମେ ୨୯ରୁ ଜୁନ ୧୨ ମଧ୍ୟରେ ସୋନପୁର ଜିଲ୍ଲାରେ ଆୟୋଜିତ ବିକଶୀତ କୃଷି ସଂକଳ୍ପ ଅଭିଯାନରେ ଆଜି ବିଜ୍ଞାନିକ ଦଳ ଦୁଇଟି ଗ୍ରାମରେ ଚାଷୀଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଯୁକ୍ତି ଏବଂ ଚିରନ୍ତନ କୃଷି ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗସ୍ତ କରିଥିଲେ। ସୋନେପୁର ବ୍ଲକ୍ ଅଧୀନରେ ଥିବା ହରଦଖୋଲ୍ ଗ୍ରାମ ପଂଚାୟତ ଏବଂ ଖରଝୁରା ଗ୍ରାମ ପରିଦର୍ଶନ କରିଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂଯୁକ୍ତ ଉଦ୍ୟମରେ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ବୈଜ୍ଞାନିକ କୃଷି ପ୍ରସାର ଏବଂ ଉନ୍ନତ ଫସଲ ଉତ୍ପାଦନ ପାଇଁ ଯୋଜନାଗୁଡ଼ିକର କ୍ଷେତ୍ର ସ୍ତରରେ ପ୍ରୟୋଗ ସୁନିଶ୍ଚିତ କରିବା। ଏହି ଗସ୍ତ ସମୟରେ, ଅଧିକାରୀମାନେ ଚାଷୀଙ୍କ ସହିତ ଖରିଫ ଫସଲ ଯୋଜନା, ମୃତ୍ତିକା ସ୍ଵାସ୍ଥ୍ୟ ପରିଚାଳନା, ସିଞ୍ଚନ ପଦ୍ଧତି ଏବଂ ବିଭିନ୍ନ ସରକାରୀ ଅନୁଦାନ ବିଷୟରେ ପ୍ରଦର୍ଶନ ଏବଂ ଆଲୋଚନା କରିଥିଲେ। ଜିଲ୍ଲାର ସମସ୍ତ ଚାଷୀଙ୍କୁ ସର୍ବାଧିକ ବୈଷୟିକ ଜ୍ଞାନ ପ୍ରଦାନ କରିବା ଏବଂ ତା'ର ସରକାରୀ ଯୋଜନା ବିଷୟରେ ଅବଗତ କରାଯାଇଥିଲା।