-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ୍ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ଡିଗ୍ରୀ ମେହେର ଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳନା ହୋଇଥିଲା l ଶିବିର ରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିଲେ l ଆଜିର ଶିବିରରେ 25 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ଗ୍ରୀଷ୍ମ ପ୍ରବାହ ସମୟ ଯୋଗୁଁ ପାନୀୟ ଉପରେ ଅଭିଯୋଗ ଆସିଥିଲା l ଏହାସହ ଭତ୍ତା , ଜମି ଉନ୍ନତି କରଣ, ହରିଶ୍ଚନ୍ଦ୍ର ଯୋଜନା , ରାସ୍ତା ନିର୍ମାଣ ପ୍ରଭୁତି ଉନ୍ନତି ମୂଳକ କାର୍ଯ୍ୟ ଉପରେ ଶୁଣାଣି ହୋଇଥିଲା l
ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ଯୋଶୀ ଙ୍କ ତତ୍ତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିଲା l ବ୍ଲକ ରୁ ଆଜିର ଏହି ଜନ ଶୁଣାଣୀ ଶିବିର କୁ ଜ୍ଞାନ ରଞ୍ଜନ ସା, ଅଂଶୁମାନ ଦେବ ବାବୁ , ବିଏସଏସଓ ସୁଶାନ୍ତ ମହାକୁର , ବିଭୂତି ସାମଲ , ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ପଧାନ୍, ସିଡିପିଓ ଶୁଭଶ୍ରୀ ମିଶ୍ର, ଏପିଓ, ଆର ଆଇ ଶ୍ରୀଯୁକ୍ତ ଗହୀର, ମତ୍ସ୍ୟ ଅଧିକାରୀ ଧୁବଳ କିଶୋର ମଲ୍ଲିକ , ଡବ୍ଲୁଇଓ ସୁନୀଲ ସାହୁ ,ଅଭିରାମ ସାହୁ , ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀ କାନ୍ତ ସାହୁ, ଏଡିଈଓ ସୁଦର୍ଶନ ମେହେର ଓ ପଞ୍ଚାୟତ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l