-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ନାରୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି , ପୁରୁଷ ଓ ମହିଳାଙ୍କ ଭଳି କିନ୍ନର ମାନେ ମଧ୍ୟ କୋୖଣସି କମରେ କମ ନୁହଁନ୍ତି ଏହି ପରିପ୍ରେକ୍ଷୀରେ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଂଜ୍ଞାପିତଅଞ୍ଚଳ ପରିଷଦରରେ ସହରାଞ୍ଚଳ ଜୀବିକା ମିସନ ସହଯୋଗି କର୍ମଚାରୀ ଭାବେ ନିୟୋଜିତ ହୋଇଛନ୍ତି ନିଉ ନରତମ ଦେହୁରୀ ଓରଫ ପୂଜା କିନ୍ନର । ଦେବଗଡର ସ୍ଥାୟୀ ବାସିନ୍ଦା ହୋଇଥିବା ପୂଜା କିନ୍ନର ଜାନୁଆରୀ ୧୮ ତାରିଖରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରେଢ଼ାଖୋଲରେ ନିଯୁକ୍ତି ପାଇଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ ସମେତ ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ । ଲୋକଙ୍କ ମାନସିକତା ସବୁବେଳେ ରହୁଥିଲା କିନ୍ନର କେବଳ ବସଷ୍ଟାଣ୍ଡ ଛକରେ, ଟ୍ରେନରେ ହାତ ପତାଇ ମାଗିବା ,ନିଜକୁ ଝିଅପରି ସଜେଇ ହୋଇ ଠିଆ ହେବା କିନ୍ତୁ ତାହା ଆଜି ପରିବର୍ତ୍ତନ ଦେଖିବାକୁ ମିଳିଛି ।କିନ୍ନର ସମାଜ ଆଜି ନିଜକୁ ସ୍ୱାଭିମାନ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛନ୍ତି। ସେ ସହରାଞ୍ଚଳ ଜୀବିକା ମିସନରେ ଚାକିରୀ ପାଇଥିବାରୁ ନିଜକୁ ସେ ଆଜି ଗର୍ବ ଏବଂ ସୁଫଳ ଭାବରେ କାର୍ଯ୍ୟ କରିବି ବୋଲି କହିଛନ୍ତି । କିନ୍ନର ସମାଜ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିଛନ୍ତି ନିଉ ନରତ୍ତମ ଦେହୁରୀ ଓରଫ୍ ପୂଜା କିନ୍ନର ।