-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
30-May-2025
- ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ପବିତ୍ର ଶୀତଳ ଷଷ୍ଠୀ ଅବସର ରେ ସୋନପୁର ର ଶ୍ରୀ ଲୋକନାଥ ଓ ସମସ୍ତ ଶୈବ ପୀଠ ମାନଙ୍କ ରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ସାୟଦ ଅଲିମୂଲ୍ ଇସଲାମ ଓ ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱା ବଧାନ ରେ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ ଅତିଥି ଭାବେ ସାମିଲ୍ ହୋଇ ଥିଲେ l ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ପ୍ରହଲ୍ଲାଦ ମିଶ୍ର, ପ୍ରଫୁଲ୍ଲ ନାୟକ, ଲଡୁ କିଶୋର ମଲ୍ଲିକ, ଡ଼ା ସରୋଜ ପଟେଲ, ସୁଶାନ୍ତ ସାହୂ, ରବୀନ୍ଦ୍ର ଜେନା, ପ୍ରତାପ ଦାଶ, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, ନାରାୟଣ ରଥ, ପ୍ରମୋଦ ମହାରଣା, ଅମର ଭୁତ, ଜୟନ୍ତ ବେହେରା, ପ୍ରମୁଖ ସମସ୍ତ ସଦସ୍ୟ ଅଭିଜାନ ରେ ସାମିଲ୍ ରହି ସମାଜ କୁ ସ୍ଵଚ୍ଛତା ର ବାର୍ତ୍ତା ପ୍ରଦାନ କରିଥିଲେ l ଆଜି ଶିବ ମହାପ୍ରଭୁ ଙ୍କ ବାରାତ ଯୋଗୁଁ ପୌର ପରିଷଦ ପକ୍ଷ ରୁ ମଧ୍ୟ ସହର ର ମୁଖ୍ୟ ରାସ୍ତା ରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l