-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||     

HOME   ଜିଲ୍ଲା

ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

30-May-2025



ନିଜ ଜୀବନ ନିଜ ହାତରେ - ଜିଲ୍ଲାପାଳ 

ନୂଆପଡା(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସି ଡି ଏମ୍ ଓ ଡଃ ଗୁରୁ ପ୍ରସାଦ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ, ଉପ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଚାଲି ଯାଉଛି । ଏଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ l ବ୍ୟବସ୍ଥାରେ ସୁଧାର ଆଣି ସମସ୍ତଙ୍କ ଧନ ଜୀବନ ରକ୍ଷା କରିବା ପ୍ରଶାସନର ଦାୟିତ୍ଵ ଏବଂ କର୍ତବ୍ୟ ବୋଲି  ସେ କହିଥିଲେ । ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ   କିପରି  ଜିଲ୍ଲାକୁ ଦୁର୍ଘଟଣାଶୂନ୍ୟ  କରାଯିବ ସେ ଉପରେ ସମସ୍ତେ ଆଗକୁ ଆସି କାମ କରିବାକୁ ହେବବୋଲି ଆହ୍ୱାନ ଦେଇଥିଲେ । ଆମେ ସଚେତନ ହେବା ସହ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା l
 ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତି ରବିବାର ଏବଂ ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ ଟି ଓ ତଦାରଖ କରିବେ।  ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ  ବିଶେଷ ନଜର ରଖାଯିବ। ଆର୍ ଟି ଓ, ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଅନେକ ସମୟରେ ମିଳିତ ଭାବରେ ଗାଡ଼ି ଚେକିଙ୍ଗ କରିବେ ।ଏକତା ଛକରେ ନୂଆପଡ଼ା ଏନ୍ ଏ ସି ଦ୍ଵାରା ଅଟୋ ଟ୍ରାଫିକ ସିଗ୍ନାଲ ଲାଇଟ୍ କାର୍ଯ୍ୟକ୍ଷମ ହୋଇଥିବାରୁ ଏହାକୁ ସ୍ୱାଗତ କରା ଯାଇଥିଲା ।  ଏଠାରେ ରାସ୍ତାରେ ଜେବ୍ରା କ୍ରସିଂ ନିର୍ମିତ ହେବ lବର୍ଷାଦିନ ଆଗରୁ ସବୁ ନାଳ ନର୍ଦ୍ଦମା ସଫା ହେବା ସହ ସବୁ ପଟ୍ ହୋଲ୍ ମରାମତି ହେବ। ଏନ୍ ଏଚ୍ କଡରେ ଥିବା ପେଭର ବ୍ଲକ ସବୁ ନୂତନ ଲାଗିବ l ବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଇଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବା ସହିତ ସାଇନେଜ୍ ଲଗାଯିବ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ଅଫିସ୍ ର କର୍ମଚାରୀ ମାନଙ୍କୁ ହେଲମେଟ ପିନ୍ଧି ଆସିବା ନିଶ୍ଚିତ କରିବେ ।  2025 ବର୍ଷରେ 73 ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ବିନା ହେଲମେଟ ରେ ଦୁଇଚକିଆ ଯାନ ଚଳାଇବା ପାଇଁ 1452 ଟି ଚାଲାଣ କଟି 1,75,000 ଟଙ୍କା ଜୋରିମାନା ଆଦାୟ ହୋଇଛି l
ବିଗତ 4 ମାସରେ ଜିଲ୍ଲାରେ 63 ଟି ଦୁର୍ଘଟଣାରେ 56 ଜଣ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାପାଳ କହିଲେ ଯେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ । ଏଥିରେ ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବେ lଏହାପରେ  ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ, ନୂଆପଡ଼ା ବସଷ୍ଟାଣ୍ଡ ରେ ଦିନ ଓ ରାତିରେ ଚାଲୁଥିବା ସମସ୍ତ ବସ୍ ର ବାଧ୍ୟତାମୂଳକ ପ୍ରବେଶ, 
ଏଠାରେ  ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଦୋକାନ ଗୃହ ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ୍ ବିଡ଼ିଓ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ଶେଖ୍ ନସିମ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,  ଏମଭିଆଇ ଉପେନ୍ଦ୍ର କୁମାର ପୁସିକା,  ପିଡବ୍ଲ୍ୟୁଡି  ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଏନ୍ ଏଚ୍ ଯନ୍ତ୍ରୀ ସପନ କୁମାର ବେହେରା, ସି ଡି ଭି ଓ ଡଃ ଆଲୋକ କୁମାର ନାୟକ , ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଖରିଆରରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ,ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡି ଟି ଏମ୍ ଆକାଶ ମହାପାତ୍ର, ବସ୍ ମାଲିକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ସ୍ଵାଇଁ କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତା  , ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ  ପ୍ରମୁଖ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026

You Might Also Like