-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
24-May-2025
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
ଦାରୁବନ୍ଧ ସାହି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ୨୨ ଓ ୨୩ ତାରିଖ ଦୁଇ ଦିନ ବ୍ୟାପୀ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆଗତ ଓ ସ୍ଥାନୀୟ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ପୁରୀ ସ୍ଥିତ ଜଗା ଚାକର ସଂଘ ତରଫରୁ ସଂଘର ପ୍ରତିଷ୍ଠାତା ଲଳିତ କୁମାର ସାହୁଙ୍କ ପରିଚାଳନା ଓ ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ତଥା ସନ୍ତୋଷ କୁମାର ମିଶ୍ରଙ୍କ ସମ୍ପାଦକତ୍ବ ସାଙ୍ଗକୁ ସଂଘର କର୍ମୀ ଅନୀତା ମହାରଣା ,ଧର୍ମାନନ୍ଦ ସାହୁ,ରାଜେଶ କୁମାର ବେହେରା,ସରୋଜ ମହାଙ୍କୁଡ, ଘାସିରାମ ନାୟକ,ମନୋଜ କଂସ ବେହେରା ,ସୁନିଲ ମହାନ୍ତି, ହେମାଙ୍ଗିନୀ ପଟ୍ଟନାୟକ, ସୀତା ଲକ୍ଷ୍ମୀ ବେହେରା, ସୁନିତା ମହାରଣା,କଳ୍ପନା ଦାଶ ପ୍ରମୁଖଙ୍କ ପରିଚାଳନା ସହଯୋଗରେ ଭବ୍ୟ ଧର୍ମ ସଭା ଓ ଆଧ୍ଯାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇ ଅଛି ।ପୂଜ୍ୟ ପୂଜାରେ ନବରଙ୍ଗପୁରର ବିଶିଷ୍ଟ ଆଧ୍ଯାତ୍ମିକ ଗୁରୁ ଓ ବିଜ୍ଞ ତଥା ସମାଜସେବୀମାନଙ୍କୁ ସମ୍ମାନିତ କରା ଯିବା ସାଙ୍ଗକୁ ସ୍ଥାନୀୟ କିଛି ଭିନ୍ନ କ୍ଷମ ଓ ଅସହାୟଙ୍କୁ ଅନ୍ନ ବସ୍ତ୍ରାଦି ବିତରଣ କରା ଯାଇ ଅଛି ।ବେଦ ମନ୍ତ୍ରୋଚ୍ଚାରଣ,ସ୍ବାଗତ ଗୀତ,ଗୀତା ପାଠ, ସୁନିତା ମହାରଣା ଓ ସାଥୀଙ୍କ ସୁମଧୁର ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ, ବାଲିଘାଇ ,ପୁରୀ ସ୍ଥିତ, କ୍ରିୟା ଯୋଗାଶ୍ରମର ସନ୍ଥ ସ୍ବାମୀ ଶ୍ରୀ କୃଷ୍ଣାନନ୍ଦ ଗିରି,ସ୍ବାମୀ ଶ୍ରୀ ନିତ୍ୟ ପ୍ରେମାନନ୍ଦ ଗିରି ଓ ଅନ୍ୟତମ ବାଲ୍ୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସଙ୍କ ଶ୍ରୀ ଜଗନ୍ନାଥଙ୍କ ଅମୃତ ବାରି ପ୍ରବଚନ; ଉପସ୍ଥିତ ଭକ୍ତ ଗଣଙ୍କୁ ଦିବ୍ୟ ଚେତନାରେ ଉଦ୍ ବୁଦ୍ଧ କରି ଅଛି।ନବରଙ୍ଗପୁରର ବିଶିଷ୍ଟ ଶିକ୍ଷାବିତ୍ ଡ:ବିଜୟ କୁମାର ମିଶ୍ର, ସ୍ଥାନୀୟ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଶ୍ରୀ ସ୍ବାମୀ ଡ: ରଶ୍ମି ପ୍ରସାଦ,କାଳୀ କୃଷ୍ଣ ସଂଘର ନବରଙ୍ଗପୁର ପ୍ରମୁଖ ଦିଲୀପ କୁମାର ହୋତା,ସରସ୍ୱତୀ ଶିଶୁ ମନ୍ଦିରର ପ୍ରାପ୍ତାବସର ପ୍ରଧାନାଚାର୍ଯ୍ୟ ହୃଷୀକେଶ ଦାଶ ଓ ଅନ୍ୟତମ ପ୍ରାଚାର୍ଯ୍ୟ ରବି ଶଙ୍କର ସାହୁ,ସରସ୍ବତୀ ଶିଶୁ ମନ୍ଦିରର ସଭାପତି ବଳରାମ ଛୁଆଳ ସିଂହ,ବିଶିଷ୍ଟ ରାଜ ପୁରୋହିତ ନରସିଂହ ତ୍ରିପାଠୀ ପ୍ରମୁଖ ଅତିଥି ଗଣ ନିଜ ବକ୍ତବ୍ୟରେ ଶ୍ରୀଜଗନ୍ନାଙ୍କ ମହିମା,ଗାରିମା ଓ ବୈଶିଷ୍ଟ୍ୟ ପ୍ରତିପାଦନ ପୂର୍ବକ ସମଗ୍ର ବିଶ୍ୱରେ ଓଡିଶା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି
ସର୍ବ ଶ୍ରେଷ୍ଠ ସଂସ୍କୃତି ବୋଲି ସପ୍ରମାଣ ପରିପ୍ରକାଶ କରି ସମାଜର ବିଭିନ୍ନ କ୍ଷେତ୍ରରେ କାମ କରୁ ଥିବା ଜଗା ଚାକର ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଅପରାହ୍ଣରେ ନବରଙ୍ଗପୁରର ଅନତିଦୂର ସ୍ଥିତ ଆଉଁଳି ଗ୍ରାମର ଗୋଶାଳାରେ ଗୋ ଆରତୀ ଏବଂ ଉକ୍ତ ଭବ୍ୟ ସମାରୋହରେ ଦୁଇ ଦିନ ବ୍ୟାପୀ ପୂର୍ବାହ୍ଣ ଓ ସାୟାହ୍ନରେ ସତ୍ସଙ୍ଗ ଅଧିବେଶନ ସାଙ୍ଗକୁ ପ୍ରତ୍ୟେକ ଅଧିବେଶନ ଶେଷରେ ମଧ୍ୟାହ୍ନ ଓ ରାତ୍ରିରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇ ଯାଇ ଅଛି ।