-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-May-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ନିକଟସ୍ଥ ପଣ୍ଡରାଣୀ ଗ୍ରାମରେ ଶ୍ରୀ ଅଭିରାମ ଆଶ୍ରମ ରେ ଜଗଦ ଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସାତ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରତ୍ୟହ ସଂଧ୍ୟାରେ ଠାକୁର ଙ୍କ ଷୋଡ଼ଶ ଉପଚାର ପୂଜା ପରେ ନାମ ସଙ୍କୀର୍ତ୍ତନ ସହ ଚନ୍ଦନ ପୋଖରୀରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ଓ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି କୁ ଏକ ଭାସମାନ ପଲଙ୍କରେ ବିଜେ କରି ଠାକୁର ଙ୍କ ବିରଚିତ ସଙ୍ଗୀତର ତାଳେ ତାଳେ ଚନ୍ଦନ ଯାତ୍ରା ପାଳନ କରା ଯାଇଥିଲା। ଏ ଉପଲକ୍ଷେ ଛତବାହାଲ ର କୀର୍ତ୍ତନ ମଣ୍ଡଳୀ ତଥା ଗ୍ରାମର ସମସ୍ତ ଭକ୍ତ ସହଯୋଗ କରିଥିଲେ । ସଭାପତି ଜଗଦୀଶ ପରୁଆ, ସମ୍ପାଦକ ଡାକ୍ତର ଥାଟି,କବି ତଥା ଆକାଶବାଣୀ ବଲାଙ୍ଗୀର ର କଳାକାର ଗୌରୀ ଶଙ୍କର ସାହୁ, ପ୍ରଫୁଲ୍ଲ ଥାଟି, ସତ୍ୟ ବାନ ପାରୁଆ, ସହାଦୂର୍ ଥାଟି, ବାହାଦୁର ଥାଟି, ରମାକାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।