-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-May-2025
ବଲାଙ୍ଗୀର, (ପ୍ରେରଣା ଖବର)ଆଜି ଦିନରେ ଜନ୍ମ ଦିନକୁ ଲୋକେ ବନ୍ଧୁବାନ୍ଧବ ଙ୍କ ଗହଣରେ କେକ୍ କାଟି ନାଚ ଗୀତ ବ୍ୟାଣ୍ଡ ବାଜା ସହ ବଡ ଧୁମଧାମରେ ପାଳନ କରୁଛନ୍ତି । କିନ୍ତୁ ଠିକ୍ ସେତିକି ବେଳେ ଜନ୍ମ ଦିନରେ ରକ୍ତଦାନ କରି ଜନ୍ମ ଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି l ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଅଗସ୍ତି ସାହୁ ନିଜ କର୍ମ କ୍ଷେତ୍ରଋ ଫେରି ଯୁବ କୁଲୁତା ସମାଜ ସଭାପତି ଅସୀମ ଭୋଇଙ୍କୁ ଯୋଗଯୋଗ କରି ରକ୍ତଦାନ କରିବା ପାଇଁ ଇଛା ପ୍ରକାଶ କରିଥିଲେ l ରାତି 11 ଟା ସମୟରେ ଶ୍ରୀ ଭୋଇଙ୍କ ସଙ୍ଗେ ଅଗସ୍ତି ସାହୁ ରକ୍ତ ଭଣ୍ଡାର କୁ ଆସି ପ୍ରଥମ ଥର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତଦାନ ପରେ ଯୁବ ସଂଗଠନ ତରଫରୁ ଅଗସ୍ତି ସାହୁଙ୍କୁ ଫୁଲଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ତଦାନ ସମୟରେ ସଦସ୍ୟ ପାର୍ଥ ପଧାନ ଓ ବ୍ଲଡ଼ବ୍ଯାଂକ କର୍ମଚାରି ଦେବାଶିଷ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ l ଏଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମ ଦିନ ତଥା ବିବାହ ବାର୍ଷିକ ଉତ୍ସବରେ ରେ ରକ୍ତଦାନ କରି ଏକ ଅମୁଲ୍ୟ ଜିବନ ବଂଚାଇବାକୁ ଆଗେଇ ଆସନ୍ତୁ ବୋଲି ଯୁବ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି ।