-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
16-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧୀକ୍ଷକ ସୁବର୍ଣ୍ଣପୁର ଡ଼ା ଦୁର୍ଗା ଦତ୍ତ ଦାସ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (VBD )ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ବୃନ୍ଦ ଡେଙ୍ଗୁ ରୋଗ ର ଲକ୍ଷଣ, କାରଣ ଓ ନିରାକରଣ ଉପରେ ବିଶଦ ଭାବରେ ଆଲୋଚନା କରି ଜନସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି ଗୁରୁତ୍ୱ ଦେଇଥିଲେ । ବିଶେଷ କରି ପରିବେଶ ସଫାସୁତୁରା ଓ ମଶାରି ବ୍ୟବହାର ଉପରେ ଗୁରୁ୍ୱାରୋପ କରିଥିଲେ।
ଉକ୍ତ ସଭାରେ ନର୍ସିଂ ସ୍କୁଲ ର ଛାତ୍ର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗା ଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ପ୍ରଦୀପ କୁମାର ସାହୁ, ସୁଧାଂଶୁ ଶେଖର ନାୟକ, ତରଣିସେନ୍ ପ୍ରଧାନ, ବାସୁଦେବ ଜଗଦଲା ଓ ଶେଷଦେବ ବାରିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଜିଲ୍ଲା ବାହକ ବାହିତ ରୋଗ ପରାମର୍ଶଦାତା ସୁନିଲ କୁମାର ମହାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l