-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-May-2025
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମପଞ୍ଚାୟତ ବାଞ୍ଜି ବାହାଳ ଗ୍ରାମ ଠାରେ କଳସ ଯାତ୍ରା ଅନୁଷ୍ଠିତ l ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶତାଧିକ ମହିଳା ନିଜ ନିଜ କଳସ ଧରି ମୁଟୁରା ନଦୀ ଠାରୁ ପାଣି ଆଣିବା ପାଇଁ ଯାଇଥିଲେ l
ପୂଜକ ଶ୍ରୀଯୁକ୍ତ ଉମା ଶଙ୍କର ଦାସ ସେଠାରେ ପୂଜାବିଧି କରି ସମସ୍ତ ଙ୍କ କଳସରେ ପାଣିଭରି ଯଂଜ୍ଞ ମଣ୍ଡପ କୁ ଆସିଥିଲେ l
ଏଠାରେ ଅଷ୍ଟ ପ୍ରହର ନାମଯଜ୍ଞ ପୂଜା ର ଯଜମାନ ଶ୍ରୀଯୁକ୍ତ ପଦ୍ମଲୋଚନ ମାଝୀ ତାଙ୍କ ଧର୍ମ ପତ୍ନୀ ସରୋଜିନୀ ମାଝୀ ଓ ଘନଶ୍ୱlମ ମାଝୀ ଧର୍ମ ପତ୍ନୀ ପୁଷ୍ପାଞ୍ଜଳି ମାଝୀ,ଏହି କାର୍ଯ୍ୟକ୍ରମ ରେ ବୀଣାପାଣି ସଂକୀର୍ତନ ମଣ୍ଡଳୀ ସଭାପତି ଶ୍ରୀଯୁକ୍ତ ମନରଞ୍ଜନ ମାଝୀ, ଇନ୍ଦ୍ର ମଣି ମାଝୀ, ଚିତ୍ର ସେନ ମାଝୀ, ଗିରିଧାରୀ ମାଝୀ, ହିମାଦ୍ରୀ ମାଝୀ, ଚିନ୍ତା ମଣି ମାଝୀ, ଲଷ୍ମୀ ମାଝୀ,ଓ ମହିଳା ମାନେ ହେଲେ ଜୟମଣୀ ମାଝୀ, ଲଳିତା ମାଝୀ, ଭାନୁ ମତି ମାଝୀ, ତୁଳସୀ ମାଝୀ ବାଞ୍ଜି ବାହାଳ ଗ୍ରାମର ପ୍ରତେକ ଭକ୍ତ ଏହି କଳସ ଯାତ୍ରାରେ ସାମିଲ ହୋଇ ଥିଲେ ଓ ତା 5 ରିଖ ଦିନସକାଳ ଛଅ ଘଣ୍ଟା ସମୟରେ ନାମ ନିଆ ଯାଇଥିଲା ତା 6ରିଖ ସକାଳ 6 ଘଣ୍ଟା ସମୟରେ ନାମ ସମାପ୍ତ କରାଯାଇ, ଦହିହାଣ୍ଡି ଭଗ୍ନ କରି ଗ୍ରାମ ପରିକ୍ରମା କରାଯାଇଥିଲା l ସମସ୍ତ ଙ୍କ ପାଇଁ ଆନନ୍ଦ ବଜାରରେ ଅର୍ଣ୍ଣ ଛତ୍ର ର ବ୍ୟବସ୍ଥା ମଧ୍ୟ୍ୟ କରାଯାଇଥିଲା lଏହି ନାମ ଯଂଜ୍ଞ କୁ ବାଞ୍ଜି ବାହାଳ ଗ୍ରାମର ପୁରୁଷ ଓ ମହିଳା ସମସ୍ତେ ସାହାଯ୍ୟ ସହଯୋଗ କରିଥିଲେ l