-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
03-May-2025
(ମିହିର ଶଙ୍କର ପାତ୍ର,)
ଜୟପୁର ବ୍ଲକ ହିନ୍ଦୁ ମହାସଂଘ ସଭାପତି ସନ୍ତୋଷ କୁମାର ସିଂ ଓ ଗୋକୁଳ ବେହେରା ଙ୍କ ତତ୍ବାବଧାନରେ ହିନ୍ଦୁ ମହାସଂଘ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ଓ ମାର୍ଗଦର୍ଶକ ସୌଭାଗ୍ୟ ବାବା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ଗଠନ ଏବଂ ଧର୍ମ ରକ୍ଷା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଧିକ ଉଦ୍ୟମ କରିବା କୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅରୁଣ ବେହେରା, ଉପ ସଭାପତି ଅମୁଲ୍ୟ ଦାସ, ରାଜ୍ୟ ଯୁବ ହିନ୍ଦୁ ମହାସଂଘ ସଂଯୋଜକ ନିଖିଲ ସାହୁ, ଆର୍ କିରଣ, ତୁଳାରାମ ଭୂମିଆ, ସନୁ ଭୂମିଆ, ଚନ୍ଦ୍ର ଶେଖର ଡାର୍ଲି, ଗଙ୍ଗାଧର ବାରିକ, କେଶବ ହରିଜନ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତ ରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।