-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
02-May-2025
ଆଗଲପୁର, (ବିନୋଦ ଦୀପ) ବ୍ଳକ୍ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ଏକ ଦିବାସୀୟ କର୍ମଶାଳା ଆଗଲପୁର ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଶ୍ରୀ ଆରଣ୍ୟକ ମିଶ୍ ଯୋଗ ଦେଇଥିଲେ। ତା ସହିତ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ଚନ୍ଦନ କୁମାର ରଥ ଯୋଗ ଦେଇଥିଲେ। ତା ସଙ୍ଗେ ସଙ୍ଗେ ବ୍ଲକ ର 24 ଟି ବିଭାଗ ର ଅଧିକାରୀ ଏହି କର୍ମଶାଳା ରେ ଯୋଗ ଦେଇଥିଲେ l କର୍ମଶାଳା କୁ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ବଲାଙ୍ଗୀର ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା l ଏଥିରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କେମିତି କରା ଯିବ ସେ ବିଷୟରେ ରାଜ୍ୟ ସଂଯୋଜକ ପୁଙ୍ଖାନୁପୁଙ୍ଖ ଭାନରେ ବୁଝାଇଥିଲେ। ବ୍ଲକ ରିଶୋର୍ସ ପର୍ଶନ ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି, ଜିପିଓ ସୋଭାଗ୍ୟ କୁମାର ପଧାନ, ସିଡିପିଓ, ବିପିଏମ, ବିଏସଓ, ଡୁଡୁକା ସରପଞ୍ଚ, ପିଇଓ, ଆଶାକର୍ମୀ ଓ ସୁପରଭାଇଜର, ପଶୁ ଅଧିକାରୀ, କୃଷି ଅଧିକାରୀ, ଜଙ୍ଗଲ ବିଭାଗ, ଅଗ୍ନିଶମ ବାହିନୀର ର ଅଧିକାରୀ ମାନେ କର୍ମଶାଳା ରେ ଉପସ୍ଥିତ ଥିଲେ l