-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହକାରୀ ମାତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଗୁରୁବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ରାଧାପୁର ଗାଁର ମାଁ ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀର ମାଛ ଜାଆଁଳ ପାଇଁ ରିହାତିି ଟଙ୍କା ମଂଜୁର କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ପୁର୍ବରୁ ଉକ୍ତ ସ୍ୱୟଂ ହାୟକ ଗୋଷ୍ଠିର ପ୍ରଥମ କିସ୍ତି ଟଙ୍କା ମଞ୍ଜୁର ହୋଇସାରିଥିବାବେଳେ ଦ୍ୱିତୀୟ କିସ୍ତି ଟଙ୍କା ମଞ୍ଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ । ପୁର୍ବ ଯୋଜନା ମୁତାବକ ଆଜି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଏବଂ ଜଣେ ସହଯୋଗୀ ବାବୁଲା ବାରିକକୁ ଭିଜିଲନ୍ସ ବିଭାଗ ମାଡି ବସିଥିଲା । ଏନେଇ ଭିଜିଲାନ୍ସ କେସ ନଂ ୭/୧୨
ମାମଲା ଦାୟର କରିବା ସହ ଉଭୟଙ୍କୁ ସୋନପୁର ସ୍ଥିତ ଜିଲ୍ଲା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।