-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ତୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ +୩ ଶେଷ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଶୈଳେଶ ସତପଥିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଉଦଘାଟନ କରି ନିଜର ବକ୍ତବ୍ୟ ପ୍ରଦାନ କରଥିଲେ। ସମ୍ମାନୀତ ଅତିଥି ଭାବରେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାମନ୍ତ ଚନ୍ଦ୍ର ସାହୁ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ବିଭାଗିୟ ମୁଖ୍ୟ ଶ୍ରୀ ସତପଥି ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ଜୀବନ ସୁସଂଗଠିତ କରିବା ଦିଗରେ ଶୃଙ୍ଖଳାର ଭୂମିକା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଗୋପିକା ଦାଶ ଶିକ୍ଷାର୍ଥୀ ମାନଙ୍କୁ ନିଜର ଭବିଷ୍ୟତ ଲକ୍ଷ୍ୟ ହାସଲ କରିବା ଦିଗରେ ପରିଶ୍ରମ ର ଭୂମିକା ଉପରେ ଆଲୋଚନା କରିଥିଲେ । ଶେଷ ବର୍ଷର ଶିକ୍ଷାର୍ଥୀ ମାନେ ଏହି ମହାବିଦ୍ୟାଳୟରେ ଅତିବାହିତ କରିଥିବା ତିନିବର୍ଷର ନିଜର ଅନୁଭୁତି ବର୍ଣ୍ଣନା କରି ଭାବବିହ୍ଵଳ ହୋଇ ପଡ଼ିଥିଲେ । ଭକ୍ତ ସଭାକାର୍ଯ୍ୟକୁ ଛାତ୍ରୀ ସୁଶ୍ରୀ ସୀତା ଜାଲ୍ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀ ପାଣ୍ଡେ ପ୍ରାରମ୍ଭିକ ସଂଗିତ ଗାନ କରିଥିଲେ ଏବଂ ଛାତ୍ରୀ ସୁଶ୍ରୀ ସପ୍ନା ସାଲ୍'ମା ଧନ୍ୟବାଦ ଅର୍ପଣ କରିଥିଲ । ପରିଶେଷରେ କିଛି ମନୋରଞ୍ଜନ ଓ କୌତୁକିଆ କାର୍ଯ୍ୟକ୍ରମ କରାଯାଇ ଶେଷ ବର୍ଷର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ Mr. Farewell ଭାବେ ବିକାଶ ରାଉତ୍ ଙ୍କୁ ଏବଂ Miss Farewell ଭାବେ ପାୟଲ ରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l