-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବଲାଙ୍ଗିର ଜାମୁ କାଶ୍ମୀର ସ୍ଥିତ ପହେଲଗାମ ଠାରେ ଗତ ଏପ୍ରିଲ ୨୨ତାରିଖ ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛାତ୍ର ସଂସଦର ସାମାଜିକ ସେବାଧ୍ୟକ୍ଷ ଶ୍ରେୟାସ୍ ପାଇକରାୟଙ୍କ ନେତୃତ୍ୱରେ ଅନୁଷଠିତ ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ଛାତ୍ର ସଂସଦର ସମ୍ପାଦକ ଦେବାଶିଷ ପୂଜାରୀ, ଉପସଭାପତି ସତ୍ୟସୁନ୍ଦର ସାହୁ ଓ କୋଷାଧ୍ୟକ୍ଷ ସୁବୋଧ ମେହେରଙ୍କ ସମେତ ଶତାଧିକ ଭେଷଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସନ୍ଧ୍ୟା ୭.୩୦ରେ ସମସ୍ତ ଭେଷଜ ଛାତ୍ରଛାତ୍ରୀ ଭୀମଭୋଇ ଭେଷଜ ମହାବିଦ୍ୟାଳୟର ମୂଖ୍ୟ ଫାଟକ ସାମନରେ ଉପସ୍ଥିତ ହେବା ସହ ସମସ୍ତେ ମହାବିଦ୍ୟାଳୟ ପରିଷରରେ କ୍ୟାଣ୍ଡଲ୍ ଧରି ଶୋଭାଯାତ୍ରା କରିଥିଲେ । ନିରୀହ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଯେପରି ଅମାନୁଷିକ ଭାବରେ ହତ୍ୟାକଲେ ତାହାକୁ ଛାତ୍ର ସଂସଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲ ।