-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବଲାଙ୍ଗିର(ଦେବାଶିଷ ବହିଦାର)- ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ (ବଲାଙ୍ଗିର ଶାଖା) ର ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସଂଘର କାର୍ଯ୍ୟକଳା ସଂପୂର୍ଣ୍ଣ ହୋଇଥିବାରୁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସତ୍ୟବନ୍ତ ବେଦବାକ୍ ଙ୍କୁ ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ତତ୍ତ୍ୱାବଧାନରେ ସଭାପତି ଭାବେ ଗୋବିନ୍ଦ ମିଶ୍ର, ଉପ-ସଭାପତି ଭାବେ ପର୍ଶୁରାମ ନାୟକ, ସାଧାରଣ ସଂପାଦକ ଭାବେ କୃଷ୍ଣଚନ୍ଦ୍ର ନାଥ, ଯୁଗ୍ମ ସଂପାଦକ ଚୈତନ୍ୟ ପଟେଲ ଓ ଅଡିଟର ଭାବେ ନରେନ୍ଦ୍ର କବାଟଙ୍କ ସମେତ କାର୍ଯ୍ୟକାରିଣି ସଭ୍ୟ ରୂପେ ପ୍ରଭାକର ମିଶ୍ର, ଶ୍ୟାମସୁନ୍ଦର ମିଶ୍ର, ଜୟଦେବ ବେହେରା, ପ୍ରାଣବଲ୍ଲଭ ତ୍ରିପାଠୀ, ବିଜୟ କୁମାର ବାଗ, ପୁରୁଷୋତ୍ତମ ପଣ୍ଡା ଓ ବୈକୁଣ୍ଠ ସ୍ୱାଇଁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା । ସେଷରେ ହରେକୃଷ୍ଣ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।