-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବଲାଙ୍ଗିର(ଦେବାଶିଷ ବହିଦାର) ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟଶକ୍ତି ନାରୀ ସଂଗଠନ ତରଫରୁ କାଶ୍ମୀର ର ପହଲଗାମ ଠାରେ ବର୍ବରୋଚିତ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆମର ଆତ୍ମାର ସତ୍ଗତି ନିମନ୍ତେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ସାମୁହିକ ଦୀପଦାନ ଓ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନେକ ବକ୍ତା ପାକିସ୍ଥାନର ଏହି ଆମାନୁଷିକ ନାରକୀୟ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରିବା ସହିତ ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ । ଏହି ସାମୁହିକ ପ୍ରାର୍ଥନା ରେ ମିନତିପ୍ରଭା ଗୁରୁ, ମିନାକ୍ଷୀ ଗୁରୁ, ଅନିତା ମିଶ୍ର, ମାଧୁରୀ କୁଅଁର, ରୀନାରାଣୀ ଶତପଥି, ସଂଯୁକ୍ତା ମିଶ୍ର, ଚିନ୍ମୟୀ ଉଦ୍ଗାତା, ରଞ୍ଜୁ କ୍ଷେତୀ, ମାଳତି ଉଦ୍ଗାତା, ରାଜଲକ୍ଷ୍ମୀ ତ୍ରିପାଠୀ, ସାଗାରିକା ଗୁରୁ, କସ୍ତୁରୀ ରଥ, ନିହାରିକା ମିଶ୍ର, ଭୂମୀ କେତକୀ, ସ୍ନେହା କୁଅଁର, ପ୍ରମିଳା ମିଶ୍ର, ତପସ୍ୱିନୀୀ ପଶାୟତ, କପିଳ ପତି, ଜୟରାମ ମିଶ୍ର, ଗିରିଜା ଶଙ୍କର ରଥ, ଡ. ପ୍ରେମଚାନ୍ଦ ମହାନ୍ତି, ଅରୁଣ ଖୁଆସ, ପ୍ରଦୀପ ପଶାୟତ, କେଶବ ଚନ୍ଦ୍ର ମିଶ୍ର, ବ୍ରଜ କିଶୋର ପଣ୍ଡା ଓ ମଦନ ମୋହନ ରଥ । ଏହି କାର୍ଯ୍ୟକ୍ରମକୁ ପୂଜ୍ୟପୂଜା ସେବା ସଂଗଠନ ର କର୍ମକର୍ତ୍ତା ସହଯୋଗ କରିଥିଲେ ।