-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବରୀ(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ): ଯାଜପୁର ଜିଲ୍ଲା ବରା ବ୍ଲକ ଅନ୍ତର୍ଗତ ଧାରପୁର ପଞ୍ଚାୟତ ପଟଣାଠାରେ ଥିବା ସୁଧାସାର ଭକ୍ତି ବାବା ରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଗୁରୁ ଗୁରୁଜୀ ବିଶ୍ଵରଞ୍ଜନ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥ୍ ତିଥ୍ ଭାବେ ଗୀତିକାର ଦିଲାପ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ନାଥପୁର କ୍ଲଷ୍ଟରର ସିଆରସିସି ଅନୁପମା ହିବେଦୀ, ଅନ୍ୟତମ ଅତିଥ୍ ଭାବେ ପୁର୍ବତନ ସିଆରସିସି ମକରଧ୍ଵଜ ସାହୁ, ସ୍ଥାନୀୟ ସରପଞ୍ଚ କୁନା ମଲିକ, ଶିକ୍ଷାବିତ ଶୁକଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଶତାକ ବର୍ଷ ପୁରାତନ ଏହି ଆଶ୍ରମ ପରିସରରେ ମଠାଧୂ ବାବା ଉତ୍ତମ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ କ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିକ୍ଷାନୁଷ୍ଠାନର ପରିବେଶ ପୌରାଣିକ ଯୁଗର କୌଣସି ଗୁରୁକୁଳ ଆଶ୍ରମ ଠାରୁ କମ୍ ନୁହେଁ ବୋଲି ଅତିଥ୍ ମାନେ କହିଥିଲେ। ଏହି ବିଦ୍ୟାଳୟର ଛାତ୍ର ସାଇ ସତ୍ୟବ୍ରତ
ମଲିକ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ ସର୍ବାଧିକ ୯୪ ପ୍ରତିଶତ ନମ୍ବର ରଖ୍ ଯାଜପୁର ଜିଲ୍ଲାର ଟପ୍ସର ଟପ୍ସର ହୋଇଥିବାରୁ ଶିକ୍ଷକ ଶିକ୍ଷକାମାନଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ | ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବାର୍ଷିକ ବିବରଣୀ ପାଠ ଦୀପ୍ତିମୟୀ ପଣ୍ଡା କରିଥିବା ବେଳେ କାର୍ଯକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ମଠର ର ଶ୍ରଦ୍ଧାଳୁ ମାନେ ସକ୍ରିୟ ସହଯୋଗ କରିଥିଲେ ।