-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ବଲାଙ୍ଗିର(ଦେବାଶିଷ ବହିଦାର) ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜଣେ ହିତାଧିକାରୀ ଜଳନ୍ଧର ପଟେଲ ବୀମାଭୁକ୍ତ ହୋଇଥିଲେ । ତାଙ୍କର ଆକସ୍ମିକ ଦୁର୍ଘଟଣାରେ ପ୍ରାଣହାନୀ ହୋଇଗଲା ପରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରକାନ୍ତି ପଟେଲଙ୍କୁ ଏସ୍ବିଆଇ ବୀମାର ଲାଭାର୍ଥ ଭାବେ ୨ଲକ୍ଷ ୫୩ହଜାର ଟଙ୍କା ର ଅର୍ଥରାଶି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଶାଖା ପରିଚାଳକ ଋଷବ ରାଜ ଗନ୍ତାୟତ, ଜୋନାଲ ଏରିଆ ମେନେଜର ଶକ୍ତି ରଂଜନ ମହାନ୍ତି, ଏରିଆ ମ୍ୟାନେଜର ନିତିଶ ବେନାର୍ଜି ଏବଂ ବିଡିଏମ୍ ଆଦିତ୍ୟ ପ୍ରସାଦ ଖମାରୀ ଙ୍କ ଦ୍ୱାରା ହିତାଧିକାରୀ ଚନ୍ଦ୍ରକାନ୍ତି ପଟେଲଙ୍କ ଦୁର୍ଗାପାଲି ସ୍ଥିତ ବାସ ଭବନକୁ ଯାଇ ଉକ୍ତ ଅର୍ଥରାଶି ପ୍ରଦାନ କରିଥିଲେ ଏବଂ ଅଂଚଳରେ ବହୁ ଲୋକଙ୍କ ମଧ୍ୟରେ ଏହା ଏକ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଳଟିଛି ଯେ ସୁରକ୍ଷା ବୀମା କଲେ ଜୀବନ ପରେ ବି ପରିବାର ଆର୍ଥିକ ସୁରକ୍ଷା ପାଇପାରିବେ ।