-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
(ମନୋରଞ୍ଜନ ତ୍ରିପାଠୀ )
ମେଣ୍ଡା କୁ ବ୍ଲକ ଘୋଷୋଣା ଦାବିରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ମାଝିଙ୍କୁ ଦାବିପ୍ରଦାନ କରିଛନ୍ତି l ମେଣ୍ଡାରୁ ଶହ ଶହ ବାଇକ ରାଲି ରେ ୬୦୦ ରୁ ଊର୍ଦ୍ଧ୍ବ ଲୋକ ଆସି ଏହି କାର୍ଯ୍ଯ କ୍ରମ ରେ ଯୋଗଦାନ କରିଥିଲେ ଓ ସୋନପୁର ବ୍ଲକ ଛକ ରୁ ଘଣ୍ଟ, ବାଜା, କୀର୍ତନ ବଜାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା
ପଧାନ ଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ଓ ସର୍ବବୃହତ ମେଣ୍ଡା ଗ୍ରାମକୁ ଏକ ବ୍ଲକ ଘୋଷୋଣା କରିବା ଦାବି ନେଇ ମେଣ୍ଡା ଗ୍ରାମବାସୀ ଓ ଆଖପାଖରେ ଥିବା ରାଣିସାର୍ଡl,ଦେଉଳପଦର, ପାଇକବାହାଲ, ପୁଆ, ଜରାଜରିଙ୍ଗ, ନାରାୟଣପୁର ପ୍ରମୁଖ ଗ୍ରାମପଞ୍ଚାୟତର ପାଖାପାଖି ୬00 ରୁ ଉର୍ଧ୍ଵ ଲୋକ ଏହି କାର୍ଯ୍ଯ କ୍ରମ ରେ ଯୋଗଦାନ କରିଥିଲେ l ମେଣ୍ଡା ଅଞ୍ଚଳବାସୀ ଙ୍କ ଦାବୀ ଯେ ମେଣ୍ଡା କୁ ଏକ ବ୍ଲକ ଘୋଷଣା କଲେ ଆଖପାଖରେ ଥିବା ଅଞ୍ଚଳ ର ବହୁ ପଞ୍ଚାୟତ ଯଥା ମେଣ୍ଡା, ଦେଉଳପଦର, ରାଣୀସର୍ଡା, ପୁଅl, ପାଇକବାହାଲ,ଜରା ଜାରିଙ୍ଗ,ତଥା ସୋନପୁର ବ୍ଲକର ନାରାୟଣପୁର,ବାଲାଡି ଛକୋରମାଳ ଗ୍ରାମପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇ ପାରିବେ l ତା ସହ ମେଣ୍ଡା ଅଞ୍ଚଳ ବାସୀ ଙ୍କ ସାମଗ୍ରିକ ବିକାଶ ହୋଇପାରିବ ବୋଲି ଅଂଚଳବାସୀ ଦାବୀ ଆଶା ବ୍ୟକ୍ତ କରି ଛନ୍ତି । ରାଜୁଡା ଅମଳରୁ ଏହି ମେଣ୍ଡା ଗାଁ ଏକ ଉନ୍ମତ ସଂସ୍କୁତି ସମ୍ପନ୍ନ ତଥା ଐତିହାସିକ ସ୍ଥାନ ରୂପେ ପରିଚିତି ରହିଛି l ଏହା ଏକ ଗଡଜାତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ସେ ସମୟରେ ଥାନା ମଧ୍ୟ ଥିଲା , ଓ ମେଣ୍ଡା ଉପରେ ପ୍ରାୟ ୫୫ ଗୋଟି ଗାଁ ନିର୍ଭର କରୁଥିଲେ l ବର୍ତମାନ ମଧ୍ୟ ଏଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ,ପୋଲିସ ଫାଣ୍ଡି,ବ୍ୟାଙ୍କ, ପ୍ରାଥମିକ ଚିକିତ୍ସାଳୟ, ପ୍ରାଣିଚିକିତ୍ସାଳୟ, କୃଷିସମବାୟ ସମିତି, ହାଇସ୍କୁଲ, ଯୁକ୍ତଦୁଈ ଏବଂ ଯୁକ୍ତ ତିନି ମହାବିଦ୍ୟାଳୟ, ତଥା ଅନ୍ୟାନ୍ୟ ସମସ୍ତ ପ୍ରକାର ଯୋଗ୍ୟତା ରହିଛି l ମେଣ୍ଡା ଅଂଚଳର ଅନେକ ଗାଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବାରୁ ସଠିକ ଭାବରେ ଉନ୍ନତି ହୋଇପାରିନଥିବା ଶହ ଉପେକ୍ଷିତ ହୋଇଛି ପଡ଼ିରହିଛି l ମେଣ୍ଡା ଯଦି ବ୍ଲକରେ ପରିଣତ ହୁଏ ତାହେଲେ ସାରା ଅଂଚଳର ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ଗାଁ ଲୋକେ l ଅlଜିର ଏହି ପ୍ରତିନିଧି ମଣ୍ଡଳୀ ରେ ଭିକାରି ମେହେର,ରାନିସର୍ଡ଼l ସରପଞ୍ଚ ଗୋପାଳ କର୍ମୀ, ପାଇକବାହାଲ ସରପଞ୍ଚ ପିଙ୍କି ଶିକା, ସାମ୍ବାଦିକ ନରୋତ୍ତମ ମଲ୍ଲିକ,ମୁକୁନ୍ଦ ସାହୁ ରାଜେନ୍ଦ୍ର ଝାଙ୍କର, ବିଭୂତି ଝାଙ୍କର, ସବ୍ୟସାଚୀ ଦଣ୍ଡସେନା, ରାଜେନ୍ଦ୍ର ପଣ୍ଡା,ଭୁବନାନନ୍ଦ ବାଦୀ,କ୍ଷମାନିଧି ଝାଙ୍କର, ପ୍ରମୋଦ ପରଡିଆ, ପୂର୍ଣଚନ୍ଦ୍ର ପଣ୍ଡା, ପୁଷ୍ପାଞ୍ଜଳି ମେହେର,ସନ୍ତୋଷିନୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।