-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋଇସିଂହା ସ୍ଥିତ ଅଗଲାପାଲି ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ରେ ସାମିଲ ଥିବା ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ କାର୍ଡ ବଣ୍ଟନ କରିଥିଲେ l କାର୍ଡ ପାଇ ଲୋକେ ଆନନ୍ଦ ଓ ଖୁସିହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି l ଭାରତ ରେ 29 ହଜାର ହସ୍ପିଟାଲ ରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ l
ଏହାସହ ମନ୍ତ୍ରୀ ଡ଼. ମହାଳିଙ୍ଗ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଗଲାପାଲି ପରିଭ୍ରମଣ କରିବା ସହ ଆରୋଗ୍ୟ ମନ୍ଦିର ର ମେଣ୍ଟେନ କୁ ପ୍ରଶଂସା କରିଥିଲେ l ସରକାର ଙ୍କ ତରଫରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଲୋକଙ୍କୁ ଶହେ ପ୍ରକାର ଔଷଧ ଫ୍ରି ରେ ଦିଆଯାଉଛି l ଆଗାମୀ ଦିନରେ ସବୁ ପଂଚାୟତ ରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଥିଲେ l