-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
ବଲାଙ୍ଗୀର, ତା. ୧୭/୦୪ (ପ୍ରେରଣା ଖବର ) : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମହିମୁଣ୍ଡା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ କୁମାର ଭୋଇ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ଫାଷ୍ଟ ଏଡ଼ର ରଶ୍ମିରାଣୀ ଦାଶ ଓ ଅରବିନ୍ଦ କୁମ୍ଭାର ସାଧନ କର୍ମୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ସମେତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ହଠାତ୍ ମୂର୍ଚ୍ଛା ହେବା, ସାପ କାମୁଡା,ଏବଂ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା,ମୁଣ୍ଡ ଫଟା,ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଡେମଷ୍ଟେସନ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ବିନୋଦ କୁମାର ମିଶ୍ର ସଂଯୋଜନା କରିଥିଲେ।ଶିକ୍ଷକ ରବୀନ୍ଦ୍ର ବରିହା,ସୁଶୀଲ କୁମାର ନାଏକ, ସୁଖିରାଜବିଶ୍ୱାଳ, ବୀରେନ୍ଦ୍ର ନାଏକ, ଅଜୟ ସନ୍ଦୀପ ଲାକ୍ରା, ଅଞ୍ଜନ କୁମାର ସାଏ, ସଂଜୀବ କୁମାର ଭୋଇ, ନନ୍ଦି କିଶୋର ସାହୁ, ସୁଶାନ୍ତ ମେହେର, ଶିବ ସୁନ୍ଦର ମହନ୍ତ,ଦୁର୍ଗା ମାଧବ ବଗର୍ତ୍ତୀ,ଶିକ୍ଷୟିତ୍ରୀ ରଶ୍ମିତା ମେହେର, ପୂଜା ଦର୍ଜୀ, ସୁନିତା କଁହର, ଅରୁନ୍ଧତୀ ମହାନ୍ତି ଓ ଭାନୁପ୍ରିୟା ସାହୁ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।