-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜମଲା(ଡୁଙ୍ଗୁରିପାଲି) ଗ୍ରାମର ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଗ୍ରାମବାସୀ ଓ ସଂକଳ୍ପ ପରିବାର,ବରଗଡ଼ ଙ୍କ ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥିବା ସତ୍ୱେ ୪୧ ୟୁନିଟ ରକ୍ତ ବୁର୍ଲା ରକ୍ତଭଣ୍ଡାର କର୍ମଚାରୀ ବୃନ୍ଦ ସଂଗ୍ରହ କରି ପାରିଥିଲେ। ଗ୍ରାମବାସୀଙ୍କ ତରଫରୁ ଶ୍ରୀ ରାଧାରମଣ ପାଣିଗ୍ରାହୀ , ପ୍ରବୀଣ ଗଡତିଆ, ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଗତିକୃଷ୍ଣ ଭୋଇ, ନିରାକାର ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟ ଗଣଙ୍କ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବେଶ ସୁରୁଖୁରୁରେ ସମାପନ ହୋଇଥିଲା।