-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
କଣ୍ଟାବାଞ୍ଜି(ମୋହନ ସୁନା): ଏକତା ମଞ୍ଚ ଲକ୍ଷେ ଘର ଗଣ୍ଡା ସମାଜ ଅର୍ଶାତୁଲା ଗ୍ରାମପଞ୍ଚାୟତ ପକ୍ଷରୁ କୁର୍ଡିଆ ମୁଣ୍ଡା ଠାରେ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଶ୍ରୀଯୁକ୍ତ ଲଳିତ ମହାନଦ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଶାତୁଲା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଟଙ୍କଧର ପୁଟେଲ ,ମୁଖ୍ୟବକ୍ତା ଭାବେ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ବିକାଶ ବିଭାଗର ଜିଲ୍ଲା ଶିକ୍ଷକ ସଂଘର କୋଷାଧ୍ୟକ୍ଷ ,ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଇବାନ ବାଗ ବୋଡେନ ବ୍ଲକ୍ ଅନ୍ତର୍ଗତ ସିର୍ଲି କ୍ଲଷ୍ଟର ଆଞ୍ଚଳିକ ସାଧନ ସଂଯୋଜକ ବଲବିନ୍ଦର ସିଂ ତାଣ୍ଡି ସମ୍ମାନୀତ ଅତିଥି ଭାବେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗଜେନ୍ଦ୍ର ସୁନାନୀ, ରାମୋଡ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ବିଭୁ ଭୂଷଣ ସୁନା,ସିଲଣ୍ଡା ଉ. ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତି ପ୍ରକାଶ ବାଗ଼, ପ୍ରମୁଖ ମଞ୍ଚାସୀନ ଥିଲେ। ସର୍ବ ପ୍ରଥମେ ଅର୍ଶାତୁଲା ଗ୍ରାମପଞ୍ଚାୟତ ଅଧିନରେ ଥିବା ଦେହେଲି ବାଲବେଙ୍ଗ , ତେତେ ଲପଡ଼ା ଓ ଅର୍ଶାତୁଲା ଗ୍ରାମ ଓ କୁର୍ଡିଆ ମୁଣ୍ଡା ଗ୍ରାମକୁ ଆମ୍ବେଦକର ପ୍ରେମୀ ଆମ୍ବେଦକର ଙ୍କ ଜୟଗାନ କରିବା ସହିତ ମୋଟର ସାଇକେଲ ରେ ଯାତ୍ରା କରିଥିଲେ।ପରେ କାର୍ଯ୍ୟକ୍ରମ କୁ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ଡ. ଆମ୍ବେଦକରଙ୍କ ଓ ଗୌତମ ବୁଦ୍ଧଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ଵଳନ କରି ସଭା ଆରମ୍ଭ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ମତ ଦେଇଥିଲେ ଯେ ବାବା ସାହେବଙ୍କ ଏହି ଭଳି ଭବ୍ୟ ଜୟନ୍ତୀ ସମାରୋହ କୁ ସ୍ଵାଗତ ଓ ଅଭିନନ୍ଦନ ଜଣାଇଥିଲେ। ବାବା ସାହେବଙ୍କ ଆତ୍ମଜୀବନୀ ଓ ସମ୍ବିଧାନରେ ଥିବା ଧାରଗୁଡ଼ିକୁ ସମସ୍ତେ ପଢିବା ଓ ଜାଣିବାର ଆବଶ୍ୟକତା ରହିଅଛି । ଶିକ୍ଷା ହେଉଛି ଆମ ସମାଜର ମୂଳ ଚାବିକାଠି ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେମିତି ଶିକ୍ଷାରୁ ବଞ୍ଚିତ ନ ହେଲେ ପିତାମାତ ତଥା ଅଭିଭାବକ ଓ ଯୁବଗୋଷ୍ଠୀ ଙ୍କର ବାୟୁତ୍ଵ ରହିଅଛି। ଫଳରେ ବାବା ସାହେବ ଙ୍କ ସ୍ୱପ୍ନ ସଫଳ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କ୍ଷୀରେଶ୍ଵର ମହାନଦ , ବଂଶୀଧର ବାଗ , ତରୁଣ କୁମାର ସୁନା,ଶ୍ୟାମସୁନ୍ଦର ସୁନା, କମ୍ବୁ ରାଜସୁନା,ଗଦାଧର ମହାନଦ, ଭଗବାନ ମହାନନ୍ଦ, ପ୍ରହ୍ଲାଦ ମହାନନ୍ଦ, ରାଜୁ ମହାନନ୍ଦ, ବୈବସୁତ ମହାନନ୍ଦ ଓ ସୁରେଶ କୁମ୍ଭାର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବାବେଳେ ଆମ୍ୱେଦକର ପ୍ରେମୀ ଶିକ୍ଷକ ଆନନ୍ଦ କୁମାର ହିଆଲ ମଞ୍ଚ ପରିଚାଳନା କରିଥିଲେ।