-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚା ଗ୍ରାମର କୁମୁଦିନୀ ସାହୁ ବୟସ ୪୨ ଏବଂ କେତକୀ ସାହୁ ବୟସ ୫୧ ଙ୍କୁ ବଣୁଆ ହାତୀର ଆକ୍ରମଣରେ ମୃତ୍ୟୁବରଣର ଶିକାର ହେବାକୁ ପଡିଛି । ମୃତ ଦୁଇଜଣ ମହିଳା ମହୁଲ ଫୁଲ ବେଟିବାକୁ ଯାଇଥିଲେ।ହେଲେ କିଏ ଜାଣିଥିଲା ସେମାନଙ୍କ ମୃତ୍ୟୁ କୁ ବଣୁଆ ହାତୀ ଛକି ରହିଛି ବୋଲି।ଏ ସମ୍ପର୍କରେ ଖବର ପାଇ ଗାଇସିଲେଟ ଅଞ୍ଚଳର ବିଜେପି ଦଳର ନାରୀନେତ୍ରୀ ତଥା ବରଗଡ଼ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ ମୃତ ଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବାକୁ ଯାଇଥିଲେ। ମୃତ୍ୟୁବରଣ ରେ ଭାଙ୍ଗି ପଡିଥିବା ପରିବାର ବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଉପସ୍ଥିତ ଜଙ୍ଗଲ ବିଭାଗୀୟ ଡିଏଫଓ, ରେଞ୍ଜର,ସ୍ଥାନୀୟ ତହସିଲଦାରଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି।