-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ସଂପୂର୍ଣ୍ଣ ଧାର୍ମିକ ରୀତି ରେ ଆଜି ଡାବୁଗାଁ ଠାରେ ସମ୍ପନ୍ନ ହୋଇ ଯାଇଛି ମାଁ ଠାକୁରାଣୀଙ୍କ ନବ ଦିନ ବ୍ୟାପୀ କଳସୀ ଯାତ୍ରା।ବିରାଟ ଶୋଭାଯାତ୍ରା ରେ ନିଜ ଆସ୍ଥାନ କୁ ଫେରିଲେ ମାଁ ଠାକୁରାଣୀ।ଇତି ମଧ୍ୟରେ ମାଁ ଙ୍କ ସହ ଗ୍ରାମ୍ୟ ଦେବାଦେବୀ ଡାବୁଗାଁ ଓ ଡଙ୍ଗରିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିବ୍ରମଣ ସମାପ୍ତ କରିଛନ୍ତି। ଆୟୋଜନ କମିଟି ର ସଭାପତି ସତ୍ୟ ରଞ୍ଜନ ପାତ୍ର, ସ୍ଥାନୀୟ ସରପଞ୍ଚ ବିନୋଦ ସୌରା, ଉପଦେଷ୍ଟା ଜୟନ୍ତ କୁମାର ପାତ୍ର ନବଦିନ ବ୍ୟାପି କଳସ ଯାତ୍ରା କୁ ଭବ୍ୟ ଓ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ଗ୍ରାମ ଦେବାଦେବୀ କଳସୀ ମଣ୍ଡପରୂ ଆଜି ନିଜ ନିଜ ଆସ୍ଥାନ କୁ ଫେରି ଯାଇଛନ୍ତି । ଦେବରାଜ ପାତ୍ର, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଗୁପ୍ତ ବିଶୟୀ, କୁନୁ ପାତ୍ର,ବିଶ୍ବ ରଞ୍ଜନ ପାତ୍ର, କଂଗ୍ରେସ ନେତା ଜି ସାଇରାଜୁ, ତାରିଣୀ ରେଲି, ଡାବୁଗାଁ ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଜି କିରନ କୁମାର , ଜିତୁ ରେଲି,ପୂର୍ଣ୍ଣ ପୂଜାରୀ ପ୍ରମୁଖ ସହ ଦୁଇହାଜର ରୁ ଉର୍ଦ୍ଧ ଭକ୍ତ ଆଜି ଶୋଭାଯାତ୍ରା ରେ ଯୋଗଦେଇ ଥିଲେ