-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ , ଦେବାଶିଷ ସିଂହ୍ନା ଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋସବ ସମେତ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା:୦୭.୦୫.୨୫ ରୁ ତା. ୧୨.୦୫.୦୨୫ ରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରିବା ନିମନ୍ତେ ଆଜିର ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା, ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା,ସଂସାଦ ପ୍ରତିନିଧି ସରୋଜ ସାମଲ,ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ,ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ l ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟି ରେ ରଖି ପାନୀୟ ଜଳ ର ସୁ-ବ୍ୟବସ୍ଥା,ସ୍ୱଚ୍ଛତା, ଡାକ୍ତରୀ ସେବା, ବିଦ୍ୟୁତ ସେବା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଆଇନ ଶୃଂଖଳା ପାଇଁ ପୋଲିସ ସହାୟତା ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା l ଏହି ଅବସରରେ ପରିଚାଳନା କମିଟି ଗଠନ ହୋଇଛି l ଏହି ବୈଠକ ଉପଖଣ୍ଡ ସୂଚନା ଲୋକ ସମ୍ପକ ଅଧିକାରୀ ପଦ୍ମପୁର, ଶ୍ରୀ ମହେନ୍ଦ୍ର ସାହୁ ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଝାରବନ୍ଧ, ପାଇକମାଳ, ପଦ୍ମପୁର ର ବୁଦ୍ଧିଜୀବୀ ସଚେତନ ନାଗରିକ ସମେତ ବିଭିନ୍ନ ପତ୍ରପତ୍ରିକାର ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।