-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
12-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଘଟଣାରେ ବିପୁଳ ମହୁଲ ଫୁଲ ଜବତ କରିଥିବାବେଳେ ଘଟଣାରେ ସମ୍ପୃକ୍ତ ଦୁଇ ଚାଲାଣକାରି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ l କଣ୍ଟାମାଳ ଅବକାରୀ ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ଥାନା ମସିଣାଗୋରା ରାସ୍ତା ନିକଟରେ ମହୁଲ ଫୁଲ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା l ଘଟଣାସ୍ଥଳରୁ ୯କୁଇଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ଗ୍ରାମର କଳାକାହ୍ନୁ ସାହୁ(45)କୁ ଗିରଫ କରି କେସ ନଂ. ୦୯/୨୫-୨୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ସେହିପରି ଅନ୍ୟ ଏକ ଘଟଣାରେ ସେହି ରାସ୍ତାରେ ୪କୁଇଣ୍ଟାଲ ୫୦କିଲୋ ମହୁଲ ଫୁଲ ଜବତ କରିବା ସହ ସେହି ଗ୍ରାମର ବିନୋଦ କୁମାର ଖଟୁଆ (୫୨)କୁ ଗିରଫ କରି କେସ ନଂ ୦୫/୨୫-୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଭାରପ୍ରାପ୍ତ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ପ୍ରକାଶ କରିଛନ୍ତି l