-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
ଲୋଇସିଂହା, (ପ୍ରେରଣା ଖବର) ଗାଁ ଦାଣ୍ଡରେ ଯୁବକ କୁ ପିଟିପିଟି ହତ୍ୟା।ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ l ମୃତ ଯୁବକ ଜଣକ ହେଲେ ୪୫ ବର୍ଷୀୟ ଅରୁଣ ପଟେଲ l ସୂଚନା ରୁ ପ୍ରକାଶ ଜେ ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଗାଁ ଦାଣ୍ଡରେ ପଡୋଶୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ l ତାପରେ ପଡୋଶୀ ଉମାକାନ୍ତ ନାଏକଙ୍କ ଘର ସମ୍ମୁଖକୁ ଯାଇ ଗାଳିଗୁଲଜ କରୁଥିଲେ l ଫଳରେ ଉମାକାନ୍ତ ସହିତ ଅରୁଣଙ୍କର ବଚସା ହୋଇଥିଲା l ହଠାତ ରାଗିଯାଇ ଉମାକାନ୍ତ ନିଜ ବାପାଙ୍କ ସହିତ ମିଶି ଅରୁଣକୁ ପିଟି ପିଟି ମାରି ଦେଇଥିବା ଜାଣିବାକୁ ମିଳିଛି l ଆଉ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ପଡ଼ିରହିଛି ଅରୁଣଙ୍କ ଶବ | ହତ୍ୟାକାରୀ ବାପ, ପୁଅ ଫେରାର ମାରିଥିବା ବେଳେ ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ ଜାରୀ ରଖିଛି l ପ୍ରକୃତ ଘଟଣା ଟି ତଦନ୍ତ ପରେ ଜଣାପଡିବ l