-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
18-Jan-2021
କଟକ,(ଦୀପକ କୁମାର ଷଡଙ୍ଗୀ): ଜିଲ୍ଲାର ସାଲେପୁର ବ୍ଲକ୍ ହରିଚନ୍ଦନ ପୁର ଠାରେ ବଉଳେଇ ପୀଠରେ ସାଙ୍ଗ ମାନଙ୍କ ସାଙ୍ଗରେ ଭୋଜି କରୁଥିବା ସମୟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଯାଇ ସ୍ଥାନୀୟ ରାଘପୁର ଗ୍ରାମର ତାରାକାନ୍ତ ଦାଶ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବାବେଳେ ମୃତ୍ୟୁକୁ ନେଇ ସେମାନେ ସନ୍ଦେହ କରୁଛନ୍ତି ଯେ ତାଙ୍କ ପିଲାକୁ କିଏ ମାରି ଦେଇଛି ।ଏ ନେଇ ସେମାନେ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।