-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିଜେପୁର ଠାରେ ନୂତନ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ନୂତନ ଶିଶୁ ମାନଙ୍କର ପ୍ରବେଶ ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳନ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଡ଼. ସୁଦାମ ଚରଣ ପଧାନ ଯୋଗଦାନ କରି ଶିଶୁ ଭାଇ ଭଉଣୀଙ୍କର ଖଡ଼ି ଛୁଆଁ ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପଧାନ ଅତିଥି ପରିଚୟ କରିଥିଲେ। ଆଚାର୍ଯ୍ୟ ଘନଶ୍ୟାମ ମେହେର ଶିଶୁ ଭାଇଭଉଣୀଙ୍କର ଗଣିତ ତଥା ଭାଷା ସମ୍ବନ୍ଧୀୟ କ୍ରିୟାକଳାପ ଭିତ୍ତିକ ଖେଳ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ଉମାକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।