-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ମଙ୍ଗଳବାର ଓଡିଶା ଦିବସ ପାଳିତ ହୋଇଯାଇଛି। ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସହକାରୀ ଜିଲ୍ଲାପାଳ ଶୁଭମ ସୁଭାଶିଷ ଶତପଥି,ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଶୟମ୍ଭୁ ନାଥ ଖଣ୍ଡଗିରି, ଏବଂ ଭୂଷଣ କୁମାର ପାତ୍ର ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀ ଓଡିଶା ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ l ପ୍ରିୟଦର୍ଶି ଅଶୋକ ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ବ୍ୟାପକ ପୋଲିସ ଥିବା ସ୍ୱତ୍ୱେ କୋସଲ ରାଜ୍ୟ ସମାନ୍ୱୟ ସମିତି ର ଆବାହକ କିଶୋର ହୋତା, ଆଇନଜୀବୀ ଆଶ୍ରୟ ମହାନନ୍ଦ, ନୀଳକମଲ ମିଶ୍ର, ବ୍ରଜଗୋପାଳ ପଣ୍ଡା, ପୃଥ୍ୱୀରାଜ ଜଗଦଲା ପ୍ରମୁଖ ତୀବ୍ର ବିରୋଧ ପ୍ରଦର୍ଶନ କରିବା ସହ ଜୟ କୋସଲ ନାରାବାଜି କରିଥିଲେ l ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀ କରିଥିଲେ l