-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Mar-2025
ଦେଓଗାଁ(ପ୍ରେରଣା ଖବର); ବ୍ଳକ୍ ହଲଦିପାଲି ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପଞ୍ଚା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ କେନ୍ଦ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମନ୍ତ ପୁରୋହିତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରାହ୍ମନିଯୋର ସିଆର୍ସିସି ମଣ୍ଟୁ ସାମଲ ଓ ମୁଖ୍ୟବକ୍ତା ଭାବେ ସିଆର୍ସିସି ସୁଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ସୁବଳ ଷଡ଼ଙ୍ଗୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଆର୍ସିସି ତପନ କୁମାର ନାଗ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଚାଳନା କମିଟି ସଭ୍ୟସଭ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିଲେ। ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।