-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||     

HOME   ବିଶେଷ

ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା

17-Jan-2021



(ପ୍ରେରଣା ବ୍ୟୁରୋ) : ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା ଭଲ । ସେଇଥିପାଇଁ ଘରୁ ବାହାରି ରାସ୍ତା କଡରେ ଦହିବରା ବିକୁଛନ୍ତି ଏ ମହିଳା ଜଣଙ୍କ । ପରିବାର ପେଟରେ ଦାନାଗଣ୍ଡେ ଦେବାକୁ, ଦୁଃଖ ଭିତରେ ଭାତ ମୁଠେ ଖାଇବାକୁ ସବୁ ଲାଜକୁ ଲକଡାଉନ କରି ସାଇକେଲ ଧରି ସଙ୍ଘର୍ଷ କରୁଛନ୍ତି । ନାଁ- ଅନିତା ସାହୁ । ପୁରୀ ଛପନଛକରେ ଭଡାଘରେ ରହୁଛନ୍ତି । ସ୍ୱାମୀ ଜିତେନ୍ଦ୍ର ସାହୁ ପକ୍ଷାଘାତରେ ପୀଡିତ ହୋଇ ରୋଗଶଯ୍ୟାରେ ଶୋଇଛନ୍ତି । ସ୍ୱାମୀଙ୍କୁ ପାରାଲିସିସ ହେବା ପରେ ଏବେ ପରିବାରର ଦାୟିତ୍ୱ ଅନିତାଙ୍କ ଉପରେ । ଘରେ ଦୁଇ ଦୁଇଟି ଝିଅ, ଶାଶୁ ଶ୍ୱଶୁର ଆଉ ନିଜକୁ ମିଶାଇଲେ ମୋଟ ୬ ଜଣ । ନୟାଗଡ ଇଟାମାଟିରୁ ଆସି ପୁରୀରେ ସ୍ୱାମୀ ସାଇକେଲ ମରାମତି ଦୋକାନଟେ କରିଥିଲେ ଯେଉଁଥିରେ ପେଟକୁ ଖାଇବାକୁ ଗଣ୍ଡେ ମିଳିଯାଉଥିଲା ହେଲେ ଏବେ ସ୍ୱାମୀ ରୋଗାଗ୍ରସ୍ତ ହେବା ପରେ କେମିତି ଚଳିବ ପରିବାର, କେମିତି ବଞ୍ଚିବ ୬ଟି ଜୀବନ। ସେହି ଚିନ୍ତାରେ ଥିବା ଅନିତା ଶେଷରେ ଦହିବରାକୁ ସାହାରା କରିଛନ୍ତି। ରାତି ପାହିବା କ୍ଷଣି ରାସ୍ତାକଡୁକୁ ବାହାରି ଆସନ୍ତି ଅନିତା । ସାଇକେଲ ଆଗରେ ଦୁଇଟି ବଡ ବଡ ହାଣ୍ଡିରେ ଦହିବରା ଆଳୁଦମ ଧରି ବୁଲି ବୁଲି ବିକ୍ରି କରନ୍ତି । କେଉଁଦିନ ୧୦୦ ଟଙ୍କା ହୁଏ ତ କେଉଁଦିନ ୫୦୦ ରୋଜଗାର । ସେତିକି ଟଙ୍କାରେ ପୁରୀ ଭଳି ଜାଗାରେ ଘରଭଡା ସହ ୬ ଜଣଙ୍କୁ ଚଳାନ୍ତି ଅନିତା । ଖରାତରାରେ ନିଜକୁ ସିଝାଇ ପରିବାର ମୁହଁରେ ମୁଠେ ଖାଦ୍ୟ ଦିଅନ୍ତି ଏ ମହିଳା ଜଣଙ୍କ ।ପରିସ୍ଥିତି ସେତିକି ବାଧ୍ୟ ନକଲେ, ସମୟ ସେତିକି ନିଷ୍ଠୁର ନହେଲେ ସାଧାରଣ ଗାଁ ଗହଳିର ମହିଳା ଜଣେ ରାସ୍ତାକୁ ଓହ୍ଲାଏନି । ଯଦିଓ ଓଢଣା ଭିତରେ ରହିବାର ଜମାନା ଗଲାଣି, ମହିଳାମାନେ ସ୍ୱାବଲମ୍ବୀ ହୋଇ ଘରୁ ଗୋଡ କାଢିଲେଣି । କିନ୍ତୁ ଅନିତାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ଏଠି ମହିଳାଟିଏ ଏରୁଣ୍ଡି ଡେଉଁଛି ସ୍ୱାମୀକୁ ବଞ୍ଚାଇବାକୁ, ପରିବାର ଚଳାଇବାକୁ ଆଉ ପିଲାଙ୍କ ଭବିଷ୍ୟତ ଗଢିବାକୁ…


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026

You Might Also Like