-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ଯାଜପୁର, (ଦୀପକ କୁମାର ଷଡଙ୍ଗୀ): ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ତରଫରୁ ଶଂଖଚିଲା ସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଏକ ରାଜ୍ଯସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥାର ଉପାଧ୍ୟକ୍ଷ ତଥା ଓଡିଶା ବ୍ରାହ୍ମଣ ସମିତି ର ସମ୍ପାଦକ ପଣ୍ଡିତ ଅରୂପାନନ୍ଦ କର ଙ୍କ ସଭାପତିତ୍ବ ରେ ଅନେକ ବିଶିଷ୍ଠ ପଦାଧିକାରୀ ଓ ବ୍ରାହ୍ମଣ ମାନେ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।ଚଳିତ ମାସ ୩୧ ତାରିଖ ରବିବାର ଦିନ କାର୍ଯ୍ୟକ୍ରମଟିକୁ କରିବା ପାଇଁ ସର୍ବସମ୍ମତିକ୍ରମେ ଦିନ ଧାର୍ଯ୍ଯ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ପଣ୍ଡିତ ସର୍ବଶ୍ରୀ ରମାକାନ୍ତ ପଣ୍ଡା, ଚିନ୍ତାମଣି ପାଢୀ,ଲକ୍ଷ୍ମୀଧର ଅଧିକାରୀ, ପ୍ରଭାକର ପାଣିଗ୍ରାହୀ, ଦୀପକ କୁମାର ଷଡଙ୍ଗୀ, ଅମିୟ ରଞ୍ଜନ ଶତପଥୀ,କମଳେନ୍ଦୁ ମିଶ୍ର, ପ୍ରକାଶ ଚନ୍ଦ୍ର ଦାଶ,କୁନାଚନ୍ଦ୍ର ପାଢୀ,ନୀଳମାଧବ ରଥ,ଗୋପିନାଥ ପଣ୍ଡା,ଗିରିଜାଶଙ୍କର ପାଢୀ,ଶଶୀକାନ୍ତ ଉପାଧ୍ୟାୟ, ବାମଦେବ ପାଢୀ,ରାମଚନ୍ଦ୍ର ପାଢୀ,ବିଜୟ ପଣ୍ଡା, ବିକ୍ରମ ପଣ୍ଡା,ରାଜେନ୍ଦ୍ର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।