-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Jan-2021
ଆନନ୍ଦପୁର (ପ୍ରେରଣା ଖବର): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ଅର୍ଜୁନବଣିଆ ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ଲାଷ୍ଟିକ୍ ପେଁକାଳି ଗିଳି ଦେବାରୁ ୪ ବର୍ଷର ଶିଶୁର ଶୋଚନୀୟ ମୃତ୍ୟୁ ଘଟିଛି। ଗାଁର ମନୁ ନାଇକଙ୍କ ୪ ବର୍ଷର ପୁଅ ସନୁ ଘରେ ଏକ ପ୍ଲାଷ୍ଟିକ ପେଁକାଳି ଧରି ଖେଳୁଥିଲା। କିଛି ସମୟ ପରେ ମା’ ଆସି ଦେଖିବାବେଳକୁ ସନୁ ଅଚେତ ହୋଇପଡିଛି। ପରିବାର ଲୋକ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ସନୁକୁ ମୃତ ଘୋଷଣା କରିଥିଲେ। ପ୍ଲାଷ୍ଟିକ ପେଁକାଳିଟି ସନୁ ଗିଳି ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପ୍ରକାଶ।