-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
16-Jan-2021
ଭୁବନେଶ୍ବର (ପ୍ରେରଣା ଖବର): ୭୦ ବର୍ଷର ବୃଦ୍ଧ ବାପାକୁ ପିନିକିରେ ହାଣି ପକାଇଥିବା ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ହେଲା ୟୁନିଟ୍-୪ ଅଞ୍ଚଳର ରଞ୍ଜନ ଡ଼ାକୁଆ। ପୁଲିସ ସୂଚନା ଅନୁସାରେ ଖାରବେଳନଗର ରାମପୁର ବସ୍ତିର କାଶିନାଥ ଡାକୁଆଙ୍କ ବେକାର ପୁଅ ରଞ୍ଜନ ମଦ ପିଇବା ପାଇଁ ବାପାଙ୍କଠାରୁ ଟଙ୍କା ନେବାକୁ ସେ ସବୁବେଳେ ଘରେ ଗଣ୍ଡଗୋଳ କରେ। ଡରିମରି କାଶୀନାଥ ଟଙ୍କା ଦିଅନ୍ତି। ମଦ ପିଇବା ପରେ ବି ରଞ୍ଜନ ନିଶାରେ ଚୁର୍ ହୋଇ ବାପା କାଶୀନାଥଙ୍କୁ ଗାଳିମନ୍ଦ କରେ। ଆଜି ପାଖରେ ଟଙ୍କା ନଥିବାରୁ କାଶୀନାଥ ତାକୁ ମଦ ପିଇବା ପାଇଁ ଟଙ୍କା ଦେଇ ପାରିନଥିଲେ। ତେଣୁ ରାଗରେ ରଞ୍ଜନ ପନିକିରେ କାଶୀନାଥଙ୍କୁ ହାଣି ପକାଇଥିଲା। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସି ରଞ୍ଜନକୁ କାବୁ କରିବା ସହ କାଶୀନାଥଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।