-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତି ନେଇଛନ୍ତି ।ଏହାକୁ ବିରଧ କରି ବିଜେଡି ତରଫରୁ ରାଜ୍ୟବ୍ୟାପି ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ଡାବୁଗାଁ ବ୍ଲକ ସମ୍ମୁଖରେ ମଧ୍ୟ ବିଜେଡି ର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିବାଦ ସଭାରେ ଉପସ୍ଥିତି ଥିଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ବୀଣା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବରିଷ୍ଟ ବିଜେଡି ନେତା ଏମ ଆପା ରାଓ,ଉପାଧ୍ୟାକ୍ଷ ସଦାନନ୍ଦ ନାୟକ, ଟି ଜଗନୁ ବାବୁ, ବୁଢା ମିଶ୍ର ସମେତ ବିଜେଡି ର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଏବଂ ସରପଞ୍ଚ, ସମିତି ସଭ୍ୟ ପ୍ରମ୍ମୁଖ।