-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ଗତ ୨ ଓ ୩ ତାରିଖରେ ଜିଲ୍ଲା ଲେଖକ ପରିଷଦର ୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଦୁଇଦିନରେ ବହୁଭାଷୀ କବିତା ଆସର ଓ ହାସ୍ୟବ୍ୟଙ୍ଗ ଆସର ଅନୁଷ୍ଠିତ ହୋଇଯାଇଛି ।
ବହୁଭାଷୀ କବିତା ଆସରରେ ପରିଷଦର କାର୍ଯ୍ୟକାରୀ କମିଟି ସଦସ୍ୟ ଶିଶୁ ସାହିତ୍ୟିକ ହୃଷିକେଶ ପୁରୋହିତଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ପାଟଣାଗଡର ଲେଖକ ଓ ଆଇନଜୀବୀ ଆଶିଷ କୁମାର ଚନ୍ଦନ ଉଦବୋଧନ ଦେଇଥିବା ବେଳେ ପରିଷଦର ପାଟଣାଗଡ ଉପସଭାପତି ଦିଲିପ ମିଶ୍ର ମୁଖ୍ୟ ସଂଯୋଜକ ଓ ଶ୍ରୀମତୀ କସ୍ତୁରୀ ରଥ, ଅନୁପ୍ରିୟା ମିଶ୍ର, ଚୁମକୀ ମିଶ୍ର, ଚନ୍ଦ୍ରାବତୀ ପାଣ୍ଡେ , ନିରୁପମା ଉଦ୍ ଗାତା ଓ ନଳିନୀପ୍ରଭା ଶତପଥୀ ପ୍ରମୁଖ ସଂଯୋଜନା କରିଥିଲେ । ଏଥିରେ ବରଗଡ, ସୁବର୍ଣ୍ଣପୁର , ବଲାଙ୍ଗୀର ଜିଲ୍ଲାର ଅର୍ଦ୍ଧଶତାଧିକ କବି ଓ କବୟତ୍ରୀମାନେ ସ୍ବରଚିତ ଓଡିଆ ଓ କୋଶଳୀ ଭାଷାର କବିତା ପାଠ କରିଥିଲେ । ସେମାନେ ହେଲେ କବିତା କୁମୁଦ ମେହେର, ସଂଯୁକ୍ତା ପରିଚ୍ଛା, ତରୁଣ କୁମାର ପରିଚ୍ଛା, ପଣ୍ଡିତ ନାମଯଜ୍ଞ ମିଶ୍ର, ବଳିଷ୍ଠ ପ୍ରଧାନ, ଚିତ୍ତ ରଞ୍ଜନ ମିଶ୍ର, ସୁଷମା ଦାଶ, ସଂଯୁକ୍ତା ଚନ୍ଦନ ପ୍ରମୁଖ ଓ ଅନ୍ୟମାନେ । ଶେଷରେ କବିତାଗୁଡିକର ସମୀକ୍ଷା କରିଥିଲେ କବି ବିଜୟ କୁମାର ତ୍ରିପାଠୀ ।
ଦ୍ୱିତୀୟଦିନ ହାସ୍ୟବ୍ୟଙ୍ଗ ଆସରରେ ପରିଷଦର ଟିଟିଲାଗଡ ଉପ ସଭାପତି ହାସ୍ୟକବି ଟିକେଲାଲ୍ ବେହେରାଙ୍କର ସଭାପତିତ୍ବରେ ଅଂଶଗ୍ରହଣ କରିଥିଲେ ବିଶିଷ୍ଟ ହାସ୍ୟକବି ମଧୁସୂଦନ ନାୟକ, ପୁଲିସ୍ ହାସ୍ୟକବି ରଞ୍ଜିତ ପ୍ରଧାନ , ଅର୍ଜୁନ ସାହୁ ଓ ବ୍ୟଙ୍ଗକୁଇନ୍ ଅନୁପ୍ରିୟା ମିଶ୍ର ପ୍ରମୁଖ ।
ସମ୍ବର୍ଦ୍ଧିତ ହୋଇଥିଲେ କବୟତ୍ରୀ ନଳିନୀପ୍ରଭା ଶତପଥୀ, କବି ଅଧ୍ୟାପକ ଡ କବିରାଜ ଭୋଇ, କବୟତ୍ରୀ ନିରୁପମା ଉଦଗାତା ।