-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଜଣେ ବେଶ୍ ପରିଚିତ ବ୍ଯକ୍ତି ଭାବରେ କ୍ଷାତାସମ୍ପନ୍ନ ଅଭିନେତା ତଥା ସଇନ୍ତଳା ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଆଜି ଭୋର ସକାଳୁ ସକାଳୁ ବିଯୋଗ ଘଟିଛି। ପରିବାର ବର୍ଗଙ୍କ ଠାରୁ ପ୍ରକାଶ ଶ୍ରୀ ଭୋଇ ଗତ ଚାରିମାସ ହେବ ମୂଖ କର୍କଟ ରୋଗରେ ପିଡିତ ରହିଥିଲେ ଓ ଭୂବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଏହି ଅଳ୍ପ କିଛିଦିନ ହେବ ବଲାଙ୍ଗୀର ନିଜ ବାସଭବନ ରେ ଚିକିତ୍ସିତ ହେଉଥିଲେ। ଶ୍ରୀ ଭୋଇ ନିଜ ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଭାବରେ ଯୋଗ ମଧ୍ଯ ଦେଇଥିଲେ। ଗତକାଲି ଅସୁସ୍ଥ ମନେ କରିବା ଯୋଗୁଁ ତାଙ୍କୁ ଅକ୍ସିଜେନ ମଧ୍ଯ ଦିଆ ଯାଇଥିଲା। ଭୋର ସକାଳୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିବାର ଜଣାଯାଇଛି। ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ସହରର ଶିକ୍ଷାବିତ ମାନଙ୍କ ସମେତ କଳାକାର ମାନେ ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ କରିଥିଲେ। ଶିକ୍ଷାବିତ ଗୋବର୍ଦ୍ଧନ ଭୋଇଙ୍କ ନିଜ ଜନ୍ମଭୂମି ପାଟଣାଗଡ ହୋଇଥିବା ଯୋଗୁଁ ତାଙ୍କ ପାର୍ଥିବ ଶରୀର ପାଟଣାଗଡ ନିଆଯାଇ ଶେଷକୃତ କରାଯାଇ ଥିଲା।ଶ୍ରୀ ଭୋଇ ଛାଡି ଯାଇଛନ୍ତି ତାଙ୍କ ବିଧବା ମାଁ, ସ୍ତ୍ରୀ ଓ ଏକ ମାତ୍ର ପୁତ୍ର ଆତ୍ମରାଜ ଭୋଇ। ପାଟଣାଗଡ ଶ୍ମଶାନରେ ଭୋଇଙ୍କ ପୁତ୍ର ଆତ୍ମରାଜ ଭୋଇ ମୁଖାଗ୍ନି ଦେଇଥିଲେ।