-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Feb-2025
ମଦନପୁର: ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ମଦନପୁର ଖେଳ ପଡିଆ ପରିସର ରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଗା ବଳିଆ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଥିଲା I ରାଜ୍ୟର କୋଣ ଅନୁକୋଣରୁ ଶହଶହ ସ୍ବେଛାସେବୀ ସଂଗଠନର କର୍ମୀମାନେ ଅଂଶଗ୍ରହଣ କରିଥିଲେ l ପ୍ରଥମେ ଦୀପପ୍ରଜ୍ବଳନ କରାଯାଇଥିଲା ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ସଂଗଠନ ଙ୍କ ସହ ସରକାରୀ ବିଭାଗର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀ,ରାଜନଗର ଅଗ୍ନିଶମ ବିଭାଗର ଅଧିକାରୀ ଓ କଟକ ହାଇକୋର୍ଟର ଆଇନଜୀବୀ ଜାମିନୀକାନ୍ତ ଭୂୟାଁ ପ୍ରମୁଖ ଯୋଗ ଦେଇ ଜଗା ବଳିଆ ଫାଉଣ୍ଡେସନ ଉତ୍ତର ଉତ୍ତର କାମନା କରିବା ସହ ସମସ୍ତ ସ୍ବେଛାସେବୀ ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ ! ଜଗା ବଳିଆ ଫାଉଣ୍ଡେସନର ସଭାପତି ଗିରିସ କୁମାର ମହାନ୍ତି କୋଷାଧକ୍ଷ ହିତାଂଶୁ ଦାସ ସମ୍ଫାଦକ ସୁଶାନ୍ତ ସେଠିଙ୍କ ସହ ଅନ୍ୟ କର୍ମୀମାନେ ଏହି କାର୍ଯ୍ୟକ୍ରମକୁ ସୁଚାର ରୁପେ ପରିଚାଳନା କରିଥିଲେ ! ଏବଂ ମଞ୍ଚ ପରିଚାଳନା ଦାୟିତ୍ୱ ରେ ନାଟ୍ୟକାର ଓ ଶିକ୍ଷାବିତ ବରଦାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ! ସମସ୍ତ ସ୍ବେଛାସେବୀ ସଂଗଠନକୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ ଅତିଥିବୃନ୍ଦ !
(ରାଜନଗରରୁ ମାଧବାନନ୍ଦ ସ୍ୱାଇଁଙ୍କ ରିପୋର୍ଟ)