-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ଅତାବିରା(ଆକାଶ ମିଶ୍ର) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଆଜି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ (ଓଷ୍ଟା),ଅତାବିରା ବ୍ଲକ ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଓଷ୍ଟା ଅତାବିରା ବ୍ଲକ ସଭାପତି ଯାଦବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀ ରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ରାଜ୍ୟ ସହ ସମ୍ପାଦକ ଆଶୁତୋଷ ପ୍ରସାଦ ରଥ, ବରଗଡ଼ ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ମୟୀ ମିଶ୍ର, ଜିଲ୍ଲା ଉପ ସଭାପତି ଅନୁସୂୟା ଦେବତା, ଓ ଋଦ୍ରଦେବ ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ , ଅତାବିରା ବ୍ଲକ ସମ୍ପାଦକ ଓକିଲ ପ୍ରଧାନ, ଭଟଲି ବ୍ଲକ ସମ୍ପାଦକ ଦେବାନନ୍ଦ ବିଶି, ଭେଡେନ ବ୍ଲକ ସମ୍ପାଦକ ସୁଦାମ ମିଶ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ । ଓଷ୍ଟା ଜିଲ୍ଲା କାଉନସିଲ ସଭ୍ୟ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଅଭିଭାଷଣ ଦେଇଥିଲେ ।ବ୍ଲକ ସମ୍ପାଦକ ଶ୍ରୀ ପ୍ରଧାନ ତ୍ରି ବାର୍ଷିକ ବିବରଣୀ ଓ ଆୟ_ ବ୍ୟୟ ଉପସ୍ଥାପନ କରିଥିଲେ । ସମ୍ମିଳନୀ ର ପ୍ରଥମ ଅଧିବେଶନ ରେ ମଞ୍ଚାସିନ ଅତିଥି ମାନେ ନିଜ ନିଜ ଅଭିଭାଷଣରେ ଶିକ୍ଷା , ଶିକ୍ଷ।ୟତନ ଓ ଛାତ୍ର ଛାତ୍ରୀ ଙ୍କ ସମସ୍ୟା ର ସମାଧାନ ଦିଗରେ ଓଷ୍ଟା ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା
ଉପରେ ଆଲୋଚନା କରିଥିଲେ ।ଏହାର ଦ୍ଵିତୀୟ ଅଧିବେଶନ ରେ ଓଷ୍ଟା ଅତାବିରା ବ୍ଲକ ର ପୁରାତନ କର୍ମକର୍ତ୍ତା ମାନଙ୍କ ସମୟ ଅବଧି ଶେଷ ହୋଇଥିବା ଯୋଗୁଁ ତାକୁ ଭାଙ୍ଗି ଦେଇ ପୁନର୍ବାର ଗଣତାନ୍ତ୍ରିକ ପଦ୍ଧତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ଭାବେ ବାଳମୁକୁନ୍ଦ ସାହୁ ସଭାପତି, ବାବୁଲାଲ ପାଣ୍ଡିଆ ଓ ଜ୍ୟୋତି କିରଣ ମହାନ୍ତି ଉପସଭାପତି, ପ୍ରସନ୍ନ ବେହେରା ସମ୍ପାଦକ, ପୁରନ୍ଦର ପ୍ରଧାନ ,ସରମା ନାଏକ ଓ ଦେବାନନ୍ଦ ସାହୁ ଯୁଗ୍ମ ସମ୍ପାଦକ , ବଳରାମ ସାହୁ, ଲଳିତ ଗଡତିଆ, ଅଚ୍ୟୁତାନନ୍ଦ ପ୍ରଧାନ, ଚନ୍ଦ୍ରମଣି ସିଂ ଜିଲ୍ଲା କାଉନସିଲ ସଭ୍ୟ ଓ ହିମାଂଶୁ ସାହୁ ଏବଂ ମେଦିନୀ କାନ୍ତ ସାହୁ ରାଜ୍ୟ କାଉନସିଲ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ କାର୍ଯ୍ୟକାରୀ ସଭାପତି, ଓଷ୍ଟା ର ଶ୍ରୀ ପୁରୋହିତ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇଥିଲେ । ଏହି ସମ୍ମିଳନୀ ରେ ଓଷ୍ଟା ପୂର୍ବତନ କାର୍ଯ୍ୟକାରୀ ସଭାପତି ଆନନ୍ଦ ସାହୁ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ସମେତ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।