-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ନର୍ଲା (ପ୍ରେରଣା ଖବର )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ୨୬ ଟି GPLF ରହିଛି ପ୍ରତି GPLF ରେ ଜଣେ ଲେଖାଏଁ MBK ନିଯୁକ୍ତି ହୋଇଛନ୍ତି ଏହି ସବୁ MBK ମାନେ ଗ୍ରାମ ପଞ୍ଚାୟତ ସ୍ତରରେ CRPCM ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସରକାରୀ ଯୋଜନା କୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଏମାନଙ୍କ ଭୂମିକା ରହିଛି କିନ୍ତୁ ନର୍ଲା ବ୍ଲକ ରେ କିଛି ହାତ ଗଣତି ପାଞ୍ଚ ରୁ ଛ ଜଣ ଏମ, ବି କେ,ଇନ୍ଦ୍ର ଚନ୍ଦ୍ର ମାନୁ ନ ଥିବା CRPCM , EC ମେମ୍ବର ଓ S.H.G ମହିଳା ମାନେ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଛନ୍ତି କିନ୍ତୁ ତାଙ୍କ ବିପକ୍ଷରେ କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାରଣ ଏମାନେ ବିଭିନ୍ନ ସମୟରେ ଉପରିସ୍ଥ ଅଧିକାରୀ ଓ GPLF ସଭାନେତ୍ରୀ ଓ ସମ୍ପାଦିକା ଙ୍କୁ ହାତ ବାରିଶି କରି ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି ଉଦାହରଣ ସ୍ୱରୂପ ଚଳିତ ୨୦୨୪ - ୨୫ ମସିହାରେ ଲକ୍ଷପତି ଦିଦି ମାନଙ୍କୁ ତାଲିମ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ପଞ୍ଚାୟତ କୁ ପାଖାପାଖି ୨୦,୦୦୦ /- ଟଙ୍କା ଖର୍ଚ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା କିନ୍ତୁ ଏହି ସରକାରୀ ଅର୍ଥ କୁ କିଛି ଦୁର୍ନୀତି ରାଣୀ MBK ମାନେ ଖର୍ଚ୍ଚ ନ କରି ମିଥ୍ୟା ବିଲ ଭାଉଚର୍ ତିଆରି କରି ଏକ ଫାଙ୍କା ଲେଖା ବିହୀନ ବିନିଯୋଗ ପତ୍ର ମାନଙ୍କରେ CRPC ଏବଂ EC କର୍ମୀ, SHG ମହିଳା ମାନଙ୍କୁ ଜୋର୍ ଜବରଦସ୍ତି ଧମକ ଚମକ୍ ଦେଇ ନାଲି ଆଖି ଦେଖାଇ ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି ଏପରିକି ମାଣ୍ଡେଲ ଓ ସର୍ଗିଗୁଡା ପଞ୍ଚାୟତ ରେ ଲେଖା ବିହୀନ ବିନିଯୋଗ ପତ୍ର ରେ ଦସ୍ତଖତ ନ କଲେ ଚାକିରି ରୁ ବାହାର କରି ଦିଆଯିବ ବୋଲି EC ଓ CRPCM ମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ଏଭଳି ଏକ ସଙ୍ଗୀନ ମାମଲା ସମଗ୍ର ବ୍ଲକ ରେ ଚାଲିଥିବା ବେଳେ ମାଣ୍ଡେଲ ଗ୍ରାମ ପଞ୍ଚାୟତ ରେ ଲକ୍ଷପତି ଦିଦି ତାଲିମ ଅର୍ଥ ଘୋଟାଲା ହାଟ ରେ ପଡ଼ି ଦାଣ୍ଡ ରେ ଗଢ଼ୁଛି ଏଣୁ ନର୍ଲା ବ୍ଲକ ରେ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥକୁ କିଛି ଅଧିକାରୀ ଓ ଲାଭଖୋର MBK ମାନେ ମିଳିମିଶି ଚଲୁ କରିଥିବା ଅଭିଯୋଗ ହୋଇଛି ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସହ ହୋଇଥିବା ମହା ଘୋଟାଳା ର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅନେକ ଦୁର୍ନୀତି ଖୋର କର୍ମଚାରୀ ଓ ଅଧିକାରୀ ଙ୍କ ଅସଲ ମୁଖା ଲୋକ ଲୋଚନ କୁ ଆସିବ ବୋଲି CRPC ଓ EC ମହିଳା ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ପ୍ରକାଶ କରିଛନ୍ତି