-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ଟି ଓ ୟୁ ପି )ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି I ଉକ୍ତ ସଭାରେ ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ କାଳୀ ପ୍ରସନ୍ନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ପ୍ରଧାନ ଶିକ୍ଷକ ମାତୃଭାଷା ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିଥଲେ। ଅନ୍ୟାନ୍ୟ ଅତିଥିଗଣ ମାତୃଭାଷା ଉପରେ ବହୁମୂଲ୍ୟ ଉପଦେଶ ତଥା ବକ୍ତବ୍ୟ ଦେଇଥିଲେ । ପ୍ରାୟ ଦଶ ଜଣ ଛାତ୍ରଛାତ୍ରୀ ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ବକ୍ତୃତା ମାଧ୍ୟମରେ ଉପସ୍ଥାପନ କରିଥଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହିରାବତୀ ମହାପାତ୍ର, ସୋନାଲି ମହାଳିକ ଓ ସାବିତ୍ରୀ ସାହୁ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ନିରଞ୍ଜନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।