-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2025
କଳାହାଣ୍ଡି ,କୋକସରା
(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆ ଇ ସି ଡି ଏସ ତରଫରୁ ବଡ଼ ପୋଡାଗୁଡା ଗ୍ରାମପଞ୍ଚାୟତ ର ରଏନଗୁଡା ହାଇ ସ୍କୁଲ ଠାରେ କିଶୋର ବାଳକ ଓ କିଶୋରୀ ବାଳିକା ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରଏନ ଗୁଡା ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଯୋଗଦାନକରି ଛାତ୍ର, ଛାତ୍ରୀ, ମାନେ କିଭଳି ଭାବରେ ପ୍ରତିଯୋଗିତା ମନ ଭାବ ନେଇ ଆଗକୁ ବଢ଼ିପାରିବେ ସେହି ବିଷୟ ରେ ବୁଝାଇ ଥିଲେ l
ଏହି କାଯ୍ୟକ୍ରମ ରେ କୋକସରା ବ୍ଲକ ସିଡିପିଓ ଦାଇତ୍ୱ ରେ ଥିବା ଲଡ଼ୁଗାଁ ମହିଳା ପରିଦର୍ଶୀକା ଶ୍ରୀମତୀ ସୋନିଆ ହେମ୍ରମ ପରିଚାଳନା ଦlଇତ୍ୟ ନେଇ ସୁଚାରୁରୂପେ ପରିଚାଳନା କରିଥିଲେ ଏବଂ ବାଲ୍ୟ ବିବାହ କିପରି ରୋକା ଯାଇପାରିବ ସେହିବିଷୟ ରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ ବାର୍ତ୍ତା ଦେଇ ବୁଝାଇ ଥିଲେ l
ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ, ଏବଂ ଗୀତ ପ୍ରତିଯୋଗିତା, ରଚନା ଲେଖିବା, ନୂତ୍ୟ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l
ଏଥିରେ ପ୍ରଥମ, 2ୟ, ତୃତୀୟ,ସ୍ଥାନ ଅଧିକାର କରିଥିବା ଛାତ୍ର, ଛାତ୍ରୀ, ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା l
ଏହିକାଯ୍ୟ କ୍ରମ କୁ ରଏନଗୁଡା ହାଇସ୍କୁଲ ସହ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ଧର ସେନାପତି ଓ ଶିକ୍ଷକ ମାନେ ଏବଂ ଅଙ୍ଗନବାଡି କର୍ମୀ ମାନେ ହେଲେ ତୁଳସୀ ବେଶ୍ରା, ଶକୁନ୍ତଳା ଢଙ୍ଗଡ଼ା ମାଝୀ, ଯମୁନା ବାଗ, ତିଳେଶ୍ୱରୀ ବେଶ୍ରା, ଲୋହିତାଞ୍ଜଳି ବାଗ ସମସ୍ତ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l