-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ଦିଗପହଣ୍ଡି ଥାନା ଅର୍ନ୍ତଗତ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ସେବତୀ ଦୋରା ନାମ୍ନୀ ଜଣେ ମହିଳା ନିଜ ଗ୍ରାମ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।ମୃତା ସେବତୀ ସନ୍ଧ୍ୟା ବେଳେ ପୋଖରୀକୁ ଯାଇ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକେ ବହୁତ ଖୋଜି ପୋଲିସ ଓ ଅଗ୍ନିଶମ ବିଭାଗ ର ସହାୟତା ନେଇଥିଲେ। ପୋଲିସ ଅଗ୍ନିଶମ କର୍ମଚାରୀଙ୍କୁ ସାଥିରେ ନେଇ ପୋଖରୀ ରୁ ଖୋଜି ବାହାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୪/୨୫ ରୁଜୁ କରି ମୃତ ବୃଦ୍ଧାଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)