-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ସ୍ଵର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

20-Feb-2025



ଭୁବନେଶ୍ବର/ ନୂଆଦିଲ୍ଲୀ : ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଵର୍ଗତଃ ପ୍ରଧାନଙ୍କର ବିୟୋଗର ଏକାଦଶ ତିଥି ଉପଲକ୍ଷେ ଭୁବନେଶ୍ବରର ଏ. ଏ କନଭେନସନ ଏବଂ ଦିଲ୍ଲୀର ହାଉଜଖାସ୍ ଜଗନ୍ନାଥ ମନ୍ଦିର ପରିସରରେ ବୁଧବାର ଫେବୃଆରୀ ୧୯ ତାରିଖ ଦିନ ଆୟୋଜିତ ଏକାଦଶ ଉତ୍ସବରେ ତାଙ୍କର ଶତାଧିକ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ

ପ୍ରଶଂସକ ଯୋଗ ଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ଵର୍ଗତଃ ପ୍ରଧାନଙ୍କର ଆଦର୍ଶ ଜୀବନ, ଉତ୍କର୍ଷ ଦର୍ଶନ ଏବଂ ଉତ୍ସର୍ଗୀକୃତ ସମାଜସେବାର ଅମ୍ଲାନ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଓ ଚିରଶାନ୍ତି କାମନା କରିଥିଲେ। 

ସ୍ଵର୍ଗତଃ ପ୍ରଧାନ ଏକାଧାରରେ ଜଣେ ଧର୍ମପରାୟଣ, କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର,  ମିଷ୍ଟଭାଷୀ, ଦରଦୀ, ପରୋପକାରୀ ତଥା ସର୍ବୋପରି ଜଣେ ସର୍ବଗୁଣ ସମ୍ପନ୍ନ ମଣିଷ ଥିଲେ। ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସାମାଜିକ, ସାଂସ୍କୁତିକ, ଧାର୍ମିକ ଓ ଦାତବ୍ୟ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ଭାବେ ଜଡ଼ିତ ରହି ଆସିଥିଲେ । ନୂଆଦିଲ୍ଲୀର ହାଉଜଖାସ୍ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ଏବଂ ଛତରପୁରଠାରେ ଠାକୁର ନିଗମାନନ୍ଦଙ୍କର ଆଶ୍ରମ ସ୍ଥାପନା କରିଥିବା ଦିଲ୍ଲୀ ସାରସ୍ବତ ସଙ୍ଘର ସ୍ଵର୍ଗତଃ ପ୍ରଧାନ ଯଥା କ୍ରମେ ପ୍ରତିଷ୍ଠାତା ସମ୍ପାଦକ ଓ ସଭାପତି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଖୁବ ଅନ୍ତରଙ୍ଗ ଥିବା ସ୍ଵର୍ଗତଃ ପ୍ରଧାନ ଦୀର୍ଘ କାଳ ଧରି ଗାନ୍ଧୀ ପରିବାରର ବାସଗୃହ ଏବଂ ଫାର୍ମ ହାଉସର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ତଦାରଖ କରୁଥିଲେ। ଶ୍ରୀ ପ୍ରଧାନଙ୍କର ନିମନ୍ତ୍ରଣ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହାଉଜଖାସ୍ ମନ୍ଦିରର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଧାରଣରେ ଡିଡି ପ୍ରଧାନ ନାମରେ ବେଶ୍ ଲୋକପ୍ରିୟ, ସ୍ଵର୍ଗତଃ ପ୍ରଧାନଙ୍କର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା, ସାହିବ ସିଂ ବର୍ମା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହିତ ଖୁବ ଘନିଷ୍ଠ ସମ୍ପର୍କ ରହିଥିଲା ।

ଶ୍ରୀ ପ୍ରଧାନଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବା ଅନ୍ୟ ବରେଣ୍ୟ ବ୍ଯକ୍ତିମାନଙ୍କ ମଧ୍ୟରେ ରାଜ୍ଯ ମନ୍ତ୍ରୀ, ପୃଥୀରାଜ ହରିଚନ୍ଦନ, ସମ୍ପଦ ସ୍ଵାଇଁ, ବିଧାୟକ ବାବୁ ସିଂହ, ପୋଲିସ ଡିଜି ୱାଇ.ବି ଖୁରାନିଆ, ବରିଷ୍ଠ ରାଜନେତା ବ୍ରଜ କିଶୋର ତ୍ରିପାଠୀ, ଦେବୀ ପ୍ରସାଦ ମିଶ୍ର, ସୁରେଶ ଚନ୍ଦ୍ର ରାଉତରାୟ, ଗଣେଶ୍ଵର ବେହେରା, ଅତନୁ ସବ୍ୟସାଚୀ ନାୟକ, ପ୍ରସାଦ ହରିଚନ୍ଦନ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଦର୍ଶୀ ମିଶ୍ର,  ରୋଜାଲିନ ପାଟ୍ଟଶାଣି, ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡଃ ଅରୁନ୍ଧତୀ ଦେବୀ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ସିଲଭର ଗାନ୍ଧୀ ମୋହନ ମହାପାତ୍ର, ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ମନୋଜ ସାହୁ, କର୍ପୋରେଟ ପରାମର୍ଶ ଦାତା ରମେଶ ସାହୁ, ଉଦୟ ଇଣ୍ଡିଆର ସମ୍ପାଦକ ଦୀପକ ରଥ,ସୁନୀତି ମୁଣ୍ଡ, କୁଳମଣି ବିଶ୍ଵାଳ, ସମ୍ବିତ ତ୍ରିପାଠୀ, ପରମାତ୍ମା ଦାସ, ପବିତ୍ର ମହାରଥା, ମନୋଜ ନାୟକ, ରୀତା ପାତ୍ର, ବାଳକୃଷ୍ଣ ପଣ୍ଡା,ପ୍ରବୋଧ ସାମନ୍ତରା ଏବଂ କାବେରୀ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ଅବସରରେ ପ୍ରସିଦ୍ଧ ଗାୟିକା ଜୟଶ୍ରୀ ଧଳଙ୍କ ଦ୍ୱାରା ସ୍ବର୍ଗତଃ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ସାଙ୍ଗୀତିକ ଭିଡିଓ ପରିବେଷଣ କରାଯାଇଥିଲା I ସ୍ବର୍ଗତଃ ଆତ୍ମାଙ୍କର ସ୍ମରଣରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା I 

ଦିଲ୍ଲୀଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାବେଶରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଜୟରାମ ସାମଲ, ଶରତ ନନ୍ଦ, ଗଜେନ୍ଦ୍ର ସାମନ୍ତ, ଅଶୋକ ପ୍ରଧାନ, କ୍ଷୀରୋଦ ପାତ୍ର, ଡଃ ଅଶୋକ ଚୌଧୁରୀ, ଦିଲ୍ଲୀପ ସ୍ଵାଇଁ ,ରବି ପାଣି , ଅବନୀ ସାହୁ, ଗୋବର୍ଦ୍ଧନ ଧଳ,ପ୍ରଦୀପ୍ତ ସାହୁ, ଅଭୟ ପ୍ରଧାନ, ଅଜୟ ପ୍ରଧାନ, ସଞ୍ଜୟ ମିଶ୍ର, ଅଶୋକ ପ୍ରଧାନ (ଖ), ପ୍ରଦୀପ ସ୍ୱାଇଁ, ଦିଲ୍ଲୀପ ରାଉତ, ରଙ୍କନିଧି ସାହୁ, ସନ୍ତୋଷ ରାଉତ, ବିମଳ ପଣ୍ଡା ଏବଂ ସ୍ଵର୍ଣ୍ଣପ୍ରଭା ପତି ପ୍ରମୁଖ ସାମିଲ ଥିଲେ।

ଏ.ଏ କନଭେନସନଠାରେ ଆୟୋଜିତ ଏକାଦଶ ଉତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ  ସଫଳତାର ସହିତ ସମାପନ କରିବାରେ ସ୍ଵର୍ଗତଃ ପ୍ରଧାନଙ୍କର ତିନି ସୁପୁତ୍ର ରବୀନ୍ଦ୍ରନାଥ, 

ରମାକାନ୍ତ ଓ ହେମାକାନ୍ତ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କୁ ସହଯୋଗ  କରିଥିବା ପରିବାର ସଦସ୍ୟମାନଙ୍କ ମଧ୍ୟରେ ଦୁଇ ଝିଅ କନକଲତା ପାତ୍ର ଓ ବିଦୁଲତା ଜେନା, ତିନି ବୋହୂ ସବିତା ପ୍ରଧାନ, ରୁନୁ ପ୍ରଧାନ ଏବଂ ଶାଳିନୀ ପ୍ରଧାନ, ଜ୍ୱାଇଁ ପ୍ରଶାନ୍ତ କୁମାର ପାତ୍ର, ନାତି ନାତୁଣୀ,  ଅଣନାତି ଅଣନାତୁଣୀ ଯଥା:- ସିଦ୍ଧାର୍ଥ ପ୍ରଧାନ, ଶେଖର ପ୍ରଧାନ, ସଞ୍ଚିତ ପ୍ରଧାନ, ସୌରଭ ପ୍ରଧାନ, ପ୍ରୀତି ପହି, ସ୍ୱାତୀ ପାତ୍ର, ସଂଘମିତ୍ରା ବିଶ୍ଵାଳ, ଗାୟତ୍ରୀ ପ୍ରଧାନ, ନିବେଦିତା ଜେନା, ମେହେକ ପ୍ରଧାନ, ଚାର୍ବି, ଚାର୍ବିକ, ଶ୍ରେୟଶ୍ରୀ, ମାଲବିକ, ଆଂଶିକା, ଲାବଣ୍ୟ, ନାତୁଣୀ ବୋହୂ ରିସ୍କି ପ୍ରିୟା ପ୍ରଧାନ ଏବଂ ନାତୁଣୀ ଜ୍ୱାଇଁ ରବୀନ ଗୋଚ୍ଛୱାଲ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like