-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2025
ତୁଷୁରା: ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେ଼ମୀ କଟକର ୪୮ତମ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ରାୟ ଟାଉନ ହଲ ଠାରେ ବିଶିଷ୍ଟ ସାହିତ୍ୟିକ ବୈକୁଣ୍ଠନାଥ ସତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଡ୍ଯୁସର ଡଃ ପ୍ରଦ୍ୟୁମ୍ନ ଲେଙ୍କା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂଗଠନର ସଂପାଦକ ରାଜ କିଶୋର ଦାଶ ଯୋଗ ଦେଇ ଥିଲେ l
ମୁଖ୍ୟ ବକ୍ତାଭାବେ ଅଧ୍ଯାପକ ଡଃ ଭାଗବତ ପ୍ରସାଦ ଲେଙ୍କା ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଆର୍ଯ୍ୟକବି ପଣ୍ତିତ ଡଃ ପ୍ରମୋଦ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିଥିଲେ ଓ ପ୍ରତିଷ୍ଠାତା ସଂପାଦକ କବି ସାରଥୀ ଡଃ ଶ୍ରୀଚନ୍ଦନ ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରି ଥିଲେ। ଏହି ଅବସରରେ ଓଡିଶାର ୩୦ଟି ଜିଲ୍ଲାରୁ
ଆସିଥିବା କବି, କଳାକାରମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କ୍ରମରେ ବଲାଙ୍ଗିର ସହରର ବିଶିଷ୍ଟ ସାହିତ୍ୟିକ ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ ଅନୁଷ୍ଠାନ ତରଫରୁ 'କବିରତ୍ନ ସମ୍ମାନ'ରେ ସମ୍ମାନିତ କରିଥିଲେ । ଶ୍ରୀ ପଣ୍ଡିଆ ଏଯାବତ୍ ଓଡିଶା ର ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇ ସାରିଛନ୍ତି। ଏ ଖବର ପ୍ରସାରିତ ହେବା ପରେ ତାଙ୍କର ବନ୍ଧୁ ପରିଜନମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।